STORYMIRROR

Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ଶରତର କାଶତଣ୍ଡୀ

ଶରତର କାଶତଣ୍ଡୀ

2 mins
324


କିଏ ହିନ୍ଦୁ କିଏ ମୁସଲମାନ କିଏ ଖ୍ରୀଷ୍ଟିଆନ କି କିଏ ଶିଖ ଜଣା ନଥିଲା କିନ୍ତୁ ସେମାନେ ଚାରିଜଣ ସେହି ଗାଁ ମୁଣ୍ଡ ପାନ ଦୋକାନରେ ଭେଟ ହୁଅନ୍ତି. ପାନ ସହିତ ଚା ପକୁଡି ବିକୁଥିବା ଦନେଇ ସାହୁର ଝୁମ୍ପୁଡ଼ି ଘରେ ଚା ପକୋଡ଼ି ବରାଦକରି ଖାଇସାରିବା ପରେ ଫେରନ୍ତି ଯିଏ ଯାହା ଘରକୁ. କାହା ମନରେ ଅନ୍ୟର ଧର୍ମ କି ଜାତି ଉପରେ କିଛି ମନ୍ତବ୍ୟ ବା କିଛି କହିବାର ନଥାଏ କିନ୍ତୁ ଚାରିଜଣଯାକ ସାଙ୍ଗ ଦିନକୁ ଅନ୍ତତଃ ଥରେ ଦନେଇ କାକା ଝୁମ୍ପୁଡ଼ି ଦୋକାନରେ ଦେଖା ହୁଅନ୍ତି. ଦନେଇ କକାର ପାଳିତ ଝିଅ ମାଳ ଚା ପକୋଡ଼ି ପରଷୁ ଥାଏ. ଆଉ ଚାରିଜଣ ଯାକ ଖୁସିରେ ଗପ ଲମ୍ବେଇଦିଅନ୍ତି ଦିଲ୍ଲୀରୁ ଦୌଲତାବାଦ ଯେମିତି. କଣ ଏତେ ଗପନ୍ତି କେଜାଣି ସେମାନେ. କିନ୍ତୁ ଖୁବ ଶୀଘ୍ର ଦଙ୍ଗା ଆରମ୍ଭ ହୋଇଗଲା. ଚାରିବନ୍ଧୁ ଦଙ୍ଗାରେ ଭଙ୍ଗାଘର ଛାଡି ଏ ସହରରୁ ସେ ସହର ଏ ରାଜ୍ୟରୁ ସେ ରାଇଜ ବୁଲୁଥିଲେ.

  ଅଚାନକ ଗୋଟେ ଷ୍ଟେସନରେ ଚାରିବନ୍ଧୁ ମିଳିତ ହୋଇଥିଲେ. ଏବେ ସେମାନଙ୍କ ଭିତରେ କଥାର ମୁଖ୍ୟ ବା ସାରାଂଶ ଥିଲା ମାଳ. ମାଳ ପାଇଁ ଚାରିଜଣଯାକ ବ୍ୟସ୍ତ ଥିଲେ. ଏପଟୁ ସେପଟ ଆସୁଥିବା ଟ୍ରେନ ଗୁଡିକର ସନ୍ଧାନ କରି ମାଳକୁ ଖୋଜି ଚାଲିଥିଲେ ଆଉ ଶେଷରେ ଡ଼ିସେମ୍ବର ମାସର ସବୁଠୁ ବଡ଼ରାତି ବାଇଶ ତାରିଖ ଦିନ ଶେଷ ଟ୍ରେନର ଶେଷ ଡବାରେ ଦନେଇ କକା ସହ ମାଳକୁ ଦେଖି ଚାରିଜଣଯାକ ଏକାସଙ୍ଗେ ସେହି ବଗିରେ ପ୍ରବେଶ କରି ମାଳକୁ କୁଣ୍ଢେଇ ପକେଇଲେ. କିନ୍ତୁ ଟ୍ରେନରୁ ଦଙ୍ଗା ଆରମ୍ଭ ହୋଇଗଲା. ହିନ୍ଦୁ ଝିଅର ଇଜ୍ଜତ ମହତ ନଷ୍ଟ କରିଛନ୍ତି ବିଧର୍ମୀମାନେ ବୋଲି କଥାଟା ପବନରେ ଉଡି ପାଣିରେ ଭାଷୁ ଥିଲା ବେଳେ ମାଳ କହୁଥିଲା ରାକ୍ଷୀ ବାନ୍ଧିବାକୁ ତୁମ ଚାରିଜଣଙ୍କୁ କେତେ ଖୋଜିଛି ଆଉ ରଖିଛି ମଧ୍ୟ ଦେଖାଅ ହାତ. ସେଇ ହାତ ସବୁ ରାକ୍ଷୀ ବନ୍ଧା ହେବା ପୂର୍ବରୁ କ୍ଷତାକ୍ତ ହୋଇ ରକ୍ତ ଝରୁଥିଲା ବେଳେ ଦନେଇ କକା ଯେତେ କହୁଥିଲା ମାଳର ଜାତି ଧର୍ମ ସେ ଜାଣେ ନାହିଁ. ସେ ତ ଏତିକି ଜାଣେ ସେ ଶରତର କାଶତଣ୍ଡୀ ମୁଠେ କିନ୍ତୁ କେହି କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ. ଦଙ୍ଗା ବଢୁଥିଲା. ଚାରିସାଙ୍ଗ କିଏ କୁଆଡେ ଛିନଛତ୍ର ମାରିଥିଲେ. ଦନେଇ କକା ମଧ୍ୟ କୋଉଠି ଦିଶୁନଥିଲେ କିନ୍ତୁ ଦଙ୍ଗା ହାଙ୍ଗାମା କରି ଆଗକୁ ବଢୁଥିବା ଲୋକଙ୍କ ଗୋଡ଼ ତଳେ ମାଳର ମଲା ଦେହଟା ଶରତର କାଶତଣ୍ଡୀ ଭଳି ଦିଶୁଥିଲା ବୋଧହୁଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy