STORYMIRROR

Debadatta Jena

Romance Classics Thriller

3  

Debadatta Jena

Romance Classics Thriller

ଶରତ ଆକାଶ ଜହ୍ନ

ଶରତ ଆକାଶ ଜହ୍ନ

1 min
181


ଋଷ ନା'ରେ ମନ, 


ହସିବ ସେ ଜହ୍ନ..!


ହସରେ ଆଣି ସରାଗ..!!


ତୋ'ଦେହରେ ସିନା ଶୂନ୍ୟ ଶିହରଣ, 


ସେ'ତ ଶରତ ଆକାଶ ଜହ୍ନ..!


ଜହ୍ନ ଟିଏ, ସେ ଜହ୍ନ ଟିଏ, 


ସରଗ ଅପ୍ସରୀ ଜହ୍ନ ଟିଏ, 


ମେଘ ରାଇଜରୁ ଆସିଚି ସେ ଜହ୍ନ, 


ସ୍ବପ୍ନ ଅଳସୀ ମନ ଟିଏ, 


ରେ ଜହ୍ନ..!


ହସି ଦେ'ରେ ଜହ୍ନ.., 


ଫୁଟି ଯାଉ ଫୁଲ, 


ଫୁଲରେ ଭରି ତୋ'ରଂଗ, 


ତୋ'ରଂଗଟି ସିନା ଟିକେ ଲାଗେ ଫିକା, 


ତା' ରଙ୍ଗେ ସାତଟି ରଂଗ..!


ଫୁଲଟିଏ, ସେ ଫୁଲଟିଏ 


ଲକ୍ଷେ ହୀରା ମୋତି ଫୁଲ ସିଏ, 


ମନ ପାରିଜାତ,ହସ ଚନ୍ଦ୍ରମୁଖୀ, 


ରକ୍ତ ଗୋଲାପୀ କଢି ଟିଏ.., 


ରେ ଫୁଲ..!


ବହିଯା'ରେ ନଈ, 


ଫଲ୍ଗୁଟିଏ ହୋଇ, 


ହୃଦୟେ ଭରି ଜୁଆର.., 


ତୋ'ଦେହଟା ସିନା ନୀରବ ନିଥର, 


ଢେଉ ସେ 'ରଂଗ ଫୁଆର, 


ନଈ ଟିଏ, ସେ ନଈ ଟିଏ, 


ପ୍ରେମ ପ୍ରଣୟିନୀ ପରୀ ଟିଏ, 


ଶହେ ଶ୍ରାବଣର ସ୍ରୋତସ୍ୱିନୀ ସିଏ 


ପ୍ରୀତି ଝରଣାର ନଈଟିଏ, 


ସେ ନଈ..!


ଫେରିଆ ଫଗୁଣ.., 


ଦେହରେ ପୁଲକ, 


ମନରେ ନେଇ ମହକ, 


ତୋ'ଦେହଟା ସିନା ସ୍ଥାବର ଜଙ୍ଗମ, 


ସେ ପରା ରଂଗ ବସଂତ..!


ଗୋରୀଟିଏ,ସେ ଗୋରୀଟିଏ, 


ଭାବନା ରଂଗର ଗୋରୀଟିଏ 


ତା'ଦେହ ଆଭାରେ ସପନର ରଂଗ, 


ଇନ୍ଦ୍ରଧନୁ ବି ସରି ନୁହେଁ..!


ସେ ରଂଗ,ରଂଗ ବସଂତ, 


ସେ ଫୁଲ, ଫୁଲ ଫଗୁଣ, 


ସେ ପ୍ରେମ,ପ୍ରେମ ପୁଲକ 


ସେ ନଈ,ରଂଗ ଫୁଆର,ରେ ଜହ୍ନ.!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance