STORYMIRROR

Ajaya kumar Jena

Tragedy

2  

Ajaya kumar Jena

Tragedy

ସହରିଆ ଜରି ଗୋଟାଳି

ସହରିଆ ଜରି ଗୋଟାଳି

1 min
77

ସେ ଯାଯାବର ତା' ନିଜସ୍ୱ ପଣରେ

ଦିନରୁ ରାତି,ସେ ମୂଲକରୁ ଏ ଶତାବ୍ଦୀ,

ଦେଖିଛକି ତା' ବ୍ୟକ୍ତିତ୍ୱରେ 

ସହରିପଣିଆର ଈଷତ୍ ଛିଟା?

ବାରିଛ କି ତା' ପାଟି ଗନ୍ଧରୁ

ସମ୍ଭ୍ରାନ୍ତିଆ ପ୍ୟାକେଟ ଖାଦ୍ୟର ବାସ୍ନା?


ସେ ତ' ଜରି ଗୋଟାଳି

ସହରିଆ ଜରି ମାନଙ୍କ ବୋଝ କୁ ପିଠିକରି

ନିରନ୍ତର ଘୋଷୁଥାଏ ଜୀବନ ଚଉପଦୀ,

ମୁନ୍ଦେ ଜଳରେ ଅହରହ ମାପୁଥାଏ

ପରିବ୍ୟାପ୍ତ ଆକାଶର ପରିସୀମା।


ସେ ଛିଣ୍ଡା କନାରେ ଢାଙ୍କିପାରେ

ଚାଖଣ୍ଡେ ମହତ,

ଫୁଟ୍-ପାଥିଆ ଅଧ ରାତି ସ୍ୱପ୍ନରେ

ଗାଇପାରେ ଜୀବନର ଗୀତ,

ପୁଣି ଲାଲ ଧୂଳି,କଳା ଧୂଆଁ ରେ

ଶୁଖେଇପାରେ ହୃଦୟର କ୍ଷତ।


ବୁଲି ବୁଲି ରାସ୍ତାକଡ଼,ଗଳିକନ୍ଦି

ସ୍ୱଚ୍ଛତା ନାଁ ରେ ଗୋଟାଏ ସେ ଜରି,

ଦୁଇଓଳି ପେଟ ପୁରିବାର

ଏହି ବୋଧେ ତା' ଭାତ ଥାଳି,

ସେଥିପାଇଁ ତ',

ନାଁ ତା'ର ଜରି ଗୋଟାଳି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy