ଶ୍ରାବଣୀର ଲୁହ
ଶ୍ରାବଣୀର ଲୁହ


କଥା ଦେଇଥିଲା ଆର ବରଷକୁ ନିଶ୍ଚେ ଆସିବି ଗୋ ପ୍ରିୟା
ତନୁ ମନ ତୋର ଶୀତଳ କରିବି ଭିଯାଇବି ତୋର କାୟା ।
ଉପରେ ଉପରେ ଆସିଲା ଶ୍ରାବଣ ଛୁଇଁଲା ଶ୍ରାବଣୀ ବକ୍ଷ
ଖାଲି ସ୍ପର୍ଶରେ କି ତନୁ ମନ ଭିଯେ
ଶ୍ରାବଣୀ ଝୁରେ ଅତୀତ ।
ଉପର ମନରେ କଥା ଦି ପଦରେ
ପ୍ରାଣ କିବା ଥଣ୍ଡା ହୁଏ।
ଅନ୍ତର ଭିଜା ସୁଖ ନ ମିଳିଲେ
ପ୍ରିୟା ସଦା ଝୁରୁଥାଏ ।
ଆଞ୍ଜୁଳେ ଜଳ ରେ ଛୁଇଁଲା ଶ୍ରାବଣ
ଧରଣୀ ବକ୍ଷ ଟାଙ୍ଗରା ।
ଦିନ ସରିଗଲା ଶ୍ରାବଣ ଫେରିଲା
ଶ୍ରାବଣୀ ଲୁହେ ଭିଜିଲା ।