STORYMIRROR

Alhadini Panigrahi dash

Romance

2  

Alhadini Panigrahi dash

Romance

ଶ୍ରାବଣୀ ଲୋ

ଶ୍ରାବଣୀ ଲୋ

1 min
386

ଶ୍ରାବଣୀ ଲୋ

କେତେବେଳେ ତୁ ମଫସଲି ଚୁଲବୁଲି ଝିଅ ଟେ ପରି

ଆକାଶ ପୋଖରୀ ରେ ପହଁରୁଥାଉ

ନଦନୁ ରୁପରେ

ଆଉ କେତେବେଳେ

ସତେ ଅବା ପଲ୍ଲୀ ବଧୂ ର ନିଳମେଘୀ ନୟନ ରୁ ଝରିପଡୁ

ବର୍ଷା ର ନାଆଁ ରେ,

କେବେ ପୁଣି ରହସ୍ୟ ଉପନ୍ୟାସ ର ନାୟିକା ଟେ ପରି

ରହସ୍ୟ ମୟୀ ପାଲଟି ଯାଉ ଲୋ ଶ୍ରାବଣୀ

ବୁଝି ହୁଏ ନାହିଁ ତୋ ଅଶ୍ରୁ ର ରହସ୍ୟ

ତା ହସ ର ନା କାନ୍ଦ ର

ଖୁସି ର ନା ବ୍ୟଥା ର

ହୁଏତ ପ୍ରୁଥିବୀ କୁ ଚୁମିବାର ଅଦମ୍ୟ ମୋହ ର ମାୟା ରେ

ପ୍ଳାବିତ ହେଉ ତୁ ଅଶ୍ରୁ ରୁପ ନେଇ ଧରଣୀ ବକ୍ଷରେ


ଚାଷୀ ର ଗିତ ରେ

ବର୍ଷା -ଭୂ ର ବୋଲି ରେ

ଚପଳା ର ଶିଞନୀ ଝଙ୍କାର ଶ୍ରବଣେ

ଉନ୍ମାଦିନୀ ହୋଇ ନାଚିଉଠେ ତୋ ନର୍ତ୍ତକୀ ପ୍ରାଣ

ଶିହରଣେ ଝୁମି ଉଠେ ତୋ ପ୍ରେମିକା ମନ


ହେଲେ ଶ୍ରାବଣୀ ଲୋ

ବେଳେ ବେଳେ ପ୍ରେମରେ ଏତେ ଅନ୍ଧୁଣୀ ହୋଇଯାଉ ଯେ

ଭୁଲି ଯାଉ ତୁ ତୋର ସୀମା ସରହଦ

ତୋ ଉନ୍ମତ୍ତ ନ୍ରୁତ୍ୟ ରେ ପାଗଳ ହୋଇଉଠେ ନଭସ୍ଵାନ

ନଈ ବି ରାକ୍ଷସୀ ସାଜେ

ତାର ବିକଟାଳ ଅଟ୍ଟହାସ୍ୟ ରେ ଉଜୁଡି ଯାଏ ଅନେକ ସୁଖର ସଂସାର


ଶ୍ରାବଣୀ ତୁ ଆ..ତୋତେ ମନା ନାହିଁ

ତୁ ଗୀତ ଗା ..ତୋତେ ମନା ନାହିଁ

କିନ୍ତୁ ଆ ତୁ କଲ୍ୟାଣ ମୟୀ ରୁପ ରେ

ତୁ ଯେତେ ଲୁହ ଢାଳୁଛୁ ଢାଳ...ତୋତେ ମନା ନାହିଁ

କିନ୍ତୁ ଅମ୍ରୁତ ଦାୟିନୀ ରୁପରେ

ଷେେତ ରେ କ୍ଷେେତ ରେ ଭରି ଦେ ଶସ୍ୟ ର ଭଣ୍ଡାର

ଅନ୍ନପୂର୍ଣ୍ଣା ଗୁଣ ରେ

ତୋର ସେଇ ଅନୁପମ ପ୍ରକ୍ରୁତି ର ଅପରୁପ ସୌନ୍ଦର୍ଯ୍ୟ ଦର୍ଶନେ

ଉତଫୁଲ୍ଲିତ ହୋଇ ଭକ୍ତ ଗଣେ

ତୋ ଜଳ କୁ ଢାଳିବେ ଗଙ୍ଗାଧର ଶିରେ

. ଆଉ

ଆଉ ତୁ ତାଙ୍କରି ଆଶୀର୍ବାଦ ରେ ହୁଏତ

ଆଉଥରେ ପୂଣ୍ୟଗର୍ଭା ହେବୁ

ଜନ୍ମ ଦେବୁ ଆଉ ଏକ କବି ଗଙ୍ଗାଧର

ଯିଏ ପୁଣି ଭେଟି ଦେବେ ସାହିତ୍ୟ ଜଗତ କୁ

ଅଗଣିତ, ଅମୂଲ୍ୟ, କାବ୍ୟ ର ସମ୍ଭାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance