ଶିଶୁ ଗଛ
ଶିଶୁ ଗଛ
ଶିଶୁ ବୃକ୍ଷ ଏକ ଔଷଧୀୟ ବୃକ୍ଷ
ବହୁ ରୋଗ ଉପଶମ
ନିମନ୍ତେ ପ୍ରସିଦ୍ଧି , ରହିଛି ଏହାର
ଯୋଗାଏ ଯେ ପ୍ରତିଦିନ ।
ପରିବେଶ ପାଇଁ ବିଶୁଦ୍ଧ ବାଷ୍ପ ଓ
ଶୁଦ୍ଧ ବାୟୁ ଅମ୍ଳଜାନ
ସ୍ନିଗ୍ଧ ସୁଶୀତଳ କରେ ପରିବେଶ
ନାଶେ , ନାନା ପ୍ରଦୂଷଣ ।
ବଣ ଜଙ୍ଗଲ ଓ ପାର୍ବତ୍ୟlଞ୍ଚଳରେ
ପ୍ରଚୁର ସଂଖ୍ୟା ରେ ଥାଏ
ଗୃହ ନିର୍ମାଣ ଓ ନାନା ଆସବାବ
ତିଆରି କାମ ରେ ଲାଗେ ।
ଶକ୍ତ ଆଉ ମଜବୁତ ହୋଇ ଥାଏ
ଏଥିରୁ ତିଆରି ଦ୍ରବ୍ୟ
ଉଇ ଲାଗେ ନାହିଁ , ଘୁଣ ଧରେ ନାହିଁ
ଦୀର୍ଘ ସ୍ଥାୟୀ ଏହି ବୃକ୍ଷ ।
ଜ୍ଵର , ଚର୍ମ ରୋଗ ଅଲସର ଆଦି
ଚିକିତ୍ସା କ୍ଷେତ୍ରରେ ଲାଗେ
ପତ୍ର , ରସ , କ୍ୱାଥ , ସେବନେ ସୁସ୍ୱାଥ୍ୟ
ବହୁତ ଆମୟ ନାଶେ ।
ବହୁ ମୂଲ୍ୟବାନ ବୃକ୍ଷ ଭାବେ ବନ
ଶୋଭା କରେ ବିବର୍ଦ୍ଧନ
ରୁଚିର ପତର କେଡେ ମନୋହର
ଦିଶେ କୋମଳ ଚିକ୍କଣ ।
ଅଳ୍ପ ଦିନ ତଳେ ଅସଂଖ୍ୟ ଭାବ ରେ
ରହି ଥିଲା ଏହି ବୃକ୍ଷ
ଏବେ କିନ୍ତୁ ଲୋପ ପାଇ କି ଅଳପ
ଥିବ ନ ଥିବ ସଂଶୟ ।
କାଠ ମାଫିଆ ଓ ବାନlଗ୍ନି ପ୍ରଭାବେ
ଲୁପ୍ତ ହୁଏ ନିତି ଏବେ
ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲେ
ବୃକ୍ଷ ସମ୍ପଦ ଅଭାବେ ।
