ରମା ଦେବୀ
ରମା ଦେବୀ
ସାରା ଭାରତରେ ପ୍ରସିଦ୍ଧି ଅର୍ଜନ
କରିଯାଇ ଅଛ ତୁମେ
ଆହେ ରମା ଦେବୀ ଜନମ ଗ୍ରହଣ
କରି ଥିଲ କି ସୁକ୍ଷଣେ ।
ଅଠରଶ' ଅନେ ଶତ ମସିହରେ
ଡିସେମ୍ବର ମାସ ତିନି
ତାରିଖ ଦିନରେ ସତ୍ୟ ଭାମା ପୁରେ
ଜନ ମନ ନେଲ କିଣି ।
କଟକ ଜିଲ୍ଲାରେ ଜନମୀ ଖ୍ୟାତିରେ
ଭାରତେ ସ୍ଵରାଜ୍ୟ ପାଇଁ
କେତେ ନାରୀ ନେତ୍ରୀ ସଂଗ୍ରାମୀ ଙ୍କ ମଧ୍ୟେ
ଅନ୍ୟ ତମ ଥିଲ ହୋଇ ।
ପିତା ଯେ ଗୋପାଳ ବଲ୍ଲଭ ଓ ମାତା
ବସନ୍ତ କୁମାରୀ ତୁମ
ପୁଣ୍ୟ ବତୀ ଆ ଗୋ ଯାହାଙ୍କ ଔରସୁ
ଲଭିଲ ତୁମେ ଜନମ ।
ବାଲ୍ୟ ଜୀବନ ରେ ପିତା ମାତା କୋଳେ
ଖେଳୁ ଥିଲ ହରଷ ରେ
" ବେଲ " ବୋଲି କହି ଡାକୁ ଥିଲେ ସର୍ବେ
ଆଦର ଶରଧା ଭରେ ।
ଆଶୈଶବୁ ତବ ଦେଶ ପ୍ରେମ ଭାବ
ସଂଗ୍ରାମୀ ଜୀବନି ପାଠ
କରି ନିତ୍ୟ ବହୁ ପ୍ରେରଣା ଉତ୍ସାହ
ଲଭିଲ ତୁମେ ସତତ ।
ବିନା ବିଦ୍ୟାଳୟେ ଆୟତ୍ତ କରିଲ
ଓଡ଼ିଆ, ସଂସ୍କୃତ ଭାଷା
ସହିତ ଉନ୍ନତ ଯାହାର ସାହିତ୍ୟ
ବଙ୍ଗଳା ଓ ହିନ୍ଦୀ ଶିକ୍ଷା ।
ସୁକଠିନ ତର ଇଂରାଜୀ ତୁମର
ସହଜ ରେ କରାୟତ୍ତ
ଦେଶ ସ୍ବାଧୀନତା ସଂଗ୍ରାମ ଅହିଂସା
ନୀତି ଆଦରି ନିରତ ।
ଝାସ ଦେଇ କଲ ବହୁ ବାର କେତେ
ହସି କି କାରା ବରଣ
ତୁମେ ମହିୟସୀ ମହିଳା ଯଶସ୍ଵୀ
ଧନ୍ୟ ତୁମର ସଂଗ୍ରାମ ।
ଉନାଇଶି ଶହ ଚଉଦ ସାଲ ରେ
ଗୋପବନ୍ଧୁ ଚୌଧୁରୀଙ୍କୁ
ବିବାହ କରିଲ ସେବଠୁ ଲଭିଲ
ଚୌଧୁରୀ ନାମ ସଂଜ୍ଞାକୁ ।
ଗାନ୍ଧୀଙ୍କ ଭାଷଣେ ହୋଇ ପ୍ରଭାବିତ
ଆର୍ପିଲ ସ୍ଵହସ୍ତେ ତାଙ୍କୁ
ଦୁଇ ଶତ ଭରି ସ୍ୱର୍ଣ୍ଣ ଅଳଙ୍କାର
ସାଥେ ବହୁ ଜିନିଷକୁ ।
ଓଡ଼ିଶା ର ଆଦ୍ୟ ମୁଖ୍ୟ ମନ୍ତ୍ରୀ ଯିଏ
ନବ କୃଷ୍ଣ ଚଉ ଧୁରୀ
ଅନୁଜ ତୁମର ଚଳି ଥିଲେ ସାଥେ
କେତେ ସ୍ନେହାଦର ଧରି ।
ବିନୋବା ଭାବେ ଙ୍କ ଭୂଦାନ ରେ କର୍ମୀ
ସାଜି ସଦା ଆନ୍ଦୋଳନ
ଅଗ୍ରଗତି କରି ବହୁ ହିତ ସାଧି
ଲାଭିଲ ଖ୍ୟାତି ସୁନାମ ।
ପୁତ୍ର ମୋହନ ଓ କନ୍ୟା ଅନ୍ନପୂର୍ଣା
ସାଥେ ପୁଣି କେତେ ଚିର
ନାନା ଆନ୍ଦୋଳନ ସଂଗ୍ରାମେ ନିପୂଣ
ରହି ବିତାଇଛ କାଳ ।
ଉଣାଇସୀ ଶତ ପଞ୍ଚା ଅଶୀ ସାଲ
ଜୁଲାଇ ମାସ ବାଇଶି
ତାରିଖ ରେ ଭବ ଲୀଳା ସାଙ୍ଗ କଲ
ଦିବ୍ୟ ଧାମେ ଗଲ ହସି ।
ଘେନ ଭକ୍ତି ପୂତ ନମସ୍କାର ଶ୍ରଦ୍ଧା
ସୁମନ କରେ ଅର୍ପଣ
ଆହେ ରମା ଦେବୀ ଓଡ଼ିଆ ସଂଗ୍ରାମୀ
ତ୍ୟାଗ , ପୂତ ତୁମ୍ଭ ପ୍ରାଣ ।
