STORYMIRROR

Satyanarayan Sahoo

Abstract Tragedy Action

4  

Satyanarayan Sahoo

Abstract Tragedy Action

କାଉଡ଼ିଆ

କାଉଡ଼ିଆ

1 min
296

ପବିତ୍ର ଶ୍ରାବଣ ସୋମ ବାରଦିନ

ଜଳ ଅଭିଷେକ ଲାଗି

କାଉଡ଼ିଆ ଦଳ ହେଇ ଦଳ ଦଳ

ଧାଇଁ ଥାନ୍ତି ବେଗି ଵେଗି ।


କାନ୍ଧ ରେ ବହୁଙ୍ଗୀ କାନ୍ଧେଇ କି ଟାଙ୍ଗୀ

ଥାଆନ୍ତି ଜଳ କଳସ

ହର ହର ବମ କୁହାଟି ଚିଲମ

ଭିଡ଼ିକି କଦମ ଆଗ ।


ଆଗକୁ ବଢ଼ାଇ ଚାଲି ଥାନ୍ତି ଧାଇଁ

ଶିବ ମନ୍ଦିର ସମୀପ

ଭୋଲେ ବାବା ପରେ ଢାଳନ୍ତି ସକଳେ

ଗଙ୍ଗା ଜଳ ଯେ ଅମାପ ।


ମାନସିକ କରି ଥାନ୍ତି ଜଳ ଭରି

ନଦୀ ନାଳ ରୁ ଉଠାଇ

ଶିବଲିଙ୍ଗେ ଢ଼ାଳି ଦିଅନ୍ତି ପଖାଳି 

ବାବାଙ୍କୁ ପବିତ୍ର କରି ।


ଖାଲି ପାଦେ ଚାଲି ଛାଡନ୍ତି ବୋବାଳି

ହର ହର ବମ ବମ 

ଚିଲିମ କୁ ଭିଡ଼ି ପାଟିରୁ ନିକାଳି

ଛାଡନ୍ତି ଗଞ୍ଜିକା ଧୂମ ।


ଭାଙ୍ଗ ଟେଳା ଗିଳି ସାଜନ୍ତି ମାତାଲି

ହେଉ ଥାନ୍ତି ଟଳ ମଳ

ରେଳ ବା ଭେଙ୍କିଲୀ କୁଟା ଖାଇ ଚଳି

ଯାଆନ୍ତି ପୁରାଇ କାଳ । 


ଶିବ ଭକ୍ତ ସାଜି  ଚିଲମ କୁ ଯାକି

ଭକତି ଭାବେ ବିହ୍ବଳ

ହୋଇ କୋଳାହଳ ଵିରଚି ଚଞ୍ଚଳ

ଚାଲନ୍ତି ବୋହି ସେ ଜଳ । 


ଶିବ ପରେ ଢାଳି  ତାଙ୍କୁ ତୃପ୍ତି କରି

ଘେନିବା ପାଇଁ କି ବର

ଭୋଲେ ବାବା ପାରି କରେଗା ଉଚ୍ଚାରି

ହୋଇ ଥାନ୍ତି ଆଗ ଭର । 



Rate this content
Log in

Similar oriya poem from Abstract