ତୃତୀୟ ଲିଙ୍ଗ
ତୃତୀୟ ଲିଙ୍ଗ
ଈଶ୍ୱର ଙ୍କ ସୃଷ୍ଟି ମନୁଷ୍ୟ ଜୀବନ
ତିନୋଟି ଲିଙ୍ଗକୁ ନେଇ
ନାରୀ, ପୁରୁଷ ଓ ତୃତୀୟ ଲିଙ୍ଗକୁ
ଗଢ଼ିଛନ୍ତି ପରା ବିହି।
ବିଧିର ସୃଷ୍ଟିକୁ ପାରିବକି ଟାଳି
ଦେଇ ନୂଆ ରୂପାନ୍ତର
ତୃତୀୟ ଲିଙ୍ଗକୁ କାହିଁକି କରିବା
ଆମେ ତାକୁ ହତାଦର।
ସଭିଙ୍କର ସମାନ ବଞ୍ଚିବାର ପାଇଁ
ଅଛି ତାର ଅଧିକାର
ନିଚ ମନାଟିଏ ଗରବ ଦେଖାଇ
କରଇ ପାତର ଅନ୍ତର।
ମନୁଷ୍ୟ ହୋଇଣ ମନୁଷ୍ୟ ର ଶତ୍ରୁ
କେମିତି ପାରିବ ହୋଇ।
ସମ୍ମାନ ଦେଲେ ସମ୍ମାନ ପାଇବ
ଏ କଥା ଟି ଭୂଲ ନାହିଁ।
ତୃତୀୟ ଲିଙ୍ଗ ଟି ଆମ ସମାଜର
ଅଟଇ ସେ ଏକ ଅଙ୍ଗ
ଦୁର୍ବଳ ହୋଇଲେ ସେ ଅଙ୍ଗ ଟି ପରା
ସମାଜର କ୍ଷତି ହେବ ।
ସୁସ୍ଥ ସମାଜଟି ଗଢ଼ିବାକୁ ହେଲେ
ଭେଦଭାବ ଭୂଲିଯାଇ
ଉନ୍ନତି କରିବା ମନୁଷ୍ୟ ଜାତିର
ଶ୍ରେଷ୍ଠ ସ୍ଥାନ ଟିଏ ଦେଇ।
