ଭିଜା ମାଟିର ବାସ୍ନା
ଭିଜା ମାଟିର ବାସ୍ନା
ଉତ୍ତପ୍ତ ଧରିତ୍ରୀ ଶାନ୍ତ ଲଭଇ
ଆଦ୍ଯ ଆଶାଢ ଜଳରେ
ଉତ୍ତପ୍ତ ମାଟିରେ ବର୍ଷାର ଛିଟା
ସୁଗନ୍ଧ ମହକ ଭରେ ।
ମାଟିର ବାସ୍ନା ପାଗଳ କରେ
ସିହରିତ ତନୁ ମନ
ଶେଫାଳୀ ରାଣୀ ସିକ୍ତ ମାଟିରେ
ଅଭିସାରିକାରେ ମଗ୍ନ ।
ସାଧବ ବୋହୂ ନାଲିପାଟ ପିନ୍ଧି
ଓଦା ମାଟିରେ ଶୋଭଇ
ଡେଇଁ ଡ଼େଇଁକା ଝିଣ୍ଟିକା ରାଣୀ
ମାଟିରେ ବିଭୋର ହୋଇ ।
କଦମ୍ବ ଫୁଟି ଓଦା ମାଟିରେ
ସିଗ୍ନଧ ସମିର ବାଣ୍ଟେ
ଗହଳ ପତ୍ରେ ବହଳ ରଙ୍ଗ
ସବୁଜ ବୃକ୍ଷ ଆଣ୍ଟେ ।
ଓଦା ମାଟିର ସୁରଭି ବାସ୍ନା
ଚକୋର ପୁଲକିତ
ନଦୀ ସେପାରି ଗହନ ବନୁ
ମିଳନ ପାଇଁ ବ୍ଯସ୍ତ ।
ମାଟିର ବାସ୍ନା ପାଗଳ କରେ
ମନମୋ ହୁଏ ନିଆରା
ଅପଲକ ନେତ୍ରେ ଚାହିଁ ମୁଁ ରହିଛି
ଆଦ୍ଯ ବର୍ଷାର ଧାରା ।
