କିଛି ମୁହୂର୍ତ୍ତ
କିଛି ମୁହୂର୍ତ୍ତ
ମୁହୂର୍ତ୍ତକ ମଧ୍ୟେ କେତେ ଭାବ ଭାବାନ୍ତର
ଅନୁ କ୍ଷଣେ ମନେ ଉଠୁ ଥାଏ ନିରନ୍ତର ।
ମୁହୂର୍ତ୍ତକ ସ୍ମୃତି ଅନୁଭୁତି ଅନୁସାରେ
ଜାଗରିତ ଭୀତତ୍ରସ୍ତ ପ୍ରାଣୀ ଜଗତରେ ।
ମୁହୂର୍ତ୍ତକ ସ୍ମୃତି ଦିଏ ନବୀନ ପ୍ରେରଣା
ସାହସ ଶକତି ସାଥେ ଭାବ ଉନ୍ମାଦନା ।
ମୁହୂର୍ତ୍ତକ ରେ ଚେତନା ସ୍ପନ୍ଦନ ଆହ୍ବାନ
ଘେନି ଗତିଶୀଳ ନାଟ୍ୟ ସୁଆଙ୍ଗ ନିର୍ମାଣ ।
କରି ନିତ୍ୟ ଅଭିନବ ଅଭିଯାନ ରତ
ମୁହୂର୍ତ୍ତକ କାର୍ଯ୍ୟ ପାପ ପୁଣ୍ୟ ପରାପତ ।
ଲଭଇ ଜୀବନେ କିଛି ପବିତ୍ର ଲହରୀ
ପ୍ରବାହିତ ହୁଏ ମନେ ଭାବ ଅସୁମାରୀ ।
ସର୍ଜନ ମାନଙ୍କ ସହ କିଛି ମୁହୂର୍ତ୍ତର
ଆକଳନ ପାପ ତାପ କ୍ଳେଶ ଭ୍ରମ ଦୂର ।
ସବୁ ଠାରୁ ବଳ ବାନ ମୂଲ୍ୟ ବାନ ପୁଣି
ସମୟ ଓ ମୁହୂର୍ତ୍ତ କୁ ଧରି ସିନା ଜାଣି ।
ନିର୍ମାଣ ହୋଇଛି ଘଣ୍ଟା ସମୟ ଚେତନା
ସ୍ପନ୍ଦନ ଆହ୍ବାନ କେତେ ସୁଦିବ୍ୟ ପ୍ରେରଣା ।
ଜଗାଇ ଜୀବନ କରେ ଆନନ୍ଦ ମୁଖର
ଜାଗରିତ ହୋଇ ଉଠେ କିଛି ମୁହୂର୍ତ୍ତର ।
ଭାବ ଉନ୍ମାଦନା ନବୀନ ଚେତନା ଭରି
ସ୍ବପ୍ନ ଯେ ଅମାପ ସୃଜଇ ଚକିତ କରି ।

