STORYMIRROR

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ

1 min
310


ଜୟ ଜୟ ଜଗନ୍ନାଥ ଦାରୁ ରୂପ ଧାରି

ଜୟ ଜୟ ଜଗନ୍ନାଥ ପାପ ତାପ ହାରି ।


ଜୟ ଜୟ ଜଗନ୍ନାଥ ସଂସାରର କର୍ତ୍ତା

ଜୟ ଜୟ ଜଗନ୍ନାଥ ଦୁଃଖ ଶୋକ ହର୍ତ୍ତା ।


ଜୟ ଜୟ ଜଗନ୍ନାଥ ଅଗତିର ଗତି

ଜୟ ଜୟ ଜଗନ୍ନାଥ ଭକ୍ତର ଦୁର୍ଗତି ।


ବିନଶି ଭକ୍ତକୁ ସଦା ଆନନ୍ଦ ପ୍ରଦାନ

ଭକତ ବିଶ୍ୱାସେ ନିତି ଧନ ଧର୍ମ ଦାନ ।


କରୁ ଅଛ ଭକତ କୁ ନୀଳାଚଳେ ବସି

ଭକତ ସନ୍ତୋଷେ ପ୍ରଭୁ ଆପେ ହୁଅ ଖୁସି ।


ଜୟ ଜୟ ଜଗନ୍ନାଥ ସଂସାର ଅନିତ୍ୟ

ହେଲେ ସୁଦ୍ଧା ପ୍ରୀତିବଶେ ତୁମେ ଆଟ ନିତ୍ୟ ।


ଜୟ ଜୟ ଜଗନ୍ନାଥ ଭକ୍ତ ଙ୍କ ଆଶ୍ରୟ

ତୁମ୍ଭେ ହିଁ ବିନାସି ଦିଅ ଭକତର ଭୟ ।


ଜୟ ଜୟ ଜଗନ୍ନାଥ ସଙ୍କଟ ତାରଣ

ଜୟ ଜୟ ଜଗନ୍ନାଥ ସଂସାର କାରଣ ।


ବଡ ଦେଉଳ ରେ ରତ୍ନ ମଣ୍ଡପରେ ବସି

ଯିଏ ଯାହା ମାଗେ ତାକୁ ଦେଉ ଥାଅ ହସି ।


ଜୟ ଜୟ ଜଗନ୍ନାଥ ଭକତ ବତ୍ସଳ

ଯେ ଭଜେ ତାହାକୁ ତୁମ୍ଭେ ମିଳ ହେ ତତ୍କାଳ ।


ସକଳ ଦୂର

ିତ ତାର କର ବିନାଶନ

ଅନ୍ତରେ ଯୋଗାଇ ଦିବ୍ୟ ଚେତନା ସ୍ପନ୍ଦନ ।


ଦିବ୍ୟ ତେଜେ ଭକ୍ତିମୟ ଆହାଲାଦ ଜାତ

କରି ନିତ୍ୟ ସାଧୁ ଅଛ ଭକତଙ୍କ ହିତ ।


କମ୍ବୁ କଟକରେ ବିଜେ ନିଳାଦ୍ରୀ ନବରେ

ଷାଠିଏ ପଉଟି ଭୋଗ ଭୁଞ୍ଜ ନିରନ୍ତର ।


ପୂଜା ପାଠ ଆୟୋଜନ କରା ହେଇଥାଏ

ପଣ୍ଡା ପଢ଼ି ୟାରୀ ନିତି ଥାଆନ୍ତି ସେବାରେ ।


ଜୟ ଜୟ ଜଗନ୍ନାଥ ହର ମୋର ଦୁଃଖ

ଜୟ ଜୟ ଜଗନ୍ନାଥ ଭକତ ଙ୍କ ଡାକ ।


ଶୁଣି ସାନନ୍ଦେ ପୂରଣ କର ମନସ୍କାମ

ଜୟ ଜୟ ଜଗନ୍ନାଥ ସଂସାର କାରଣ ।


ଜୟ ଜୟ ଜଗନ୍ନାଥ  ଆହେ ଚକା ଆଖି

ଭକତ ସନ୍ତୋଷେ ପ୍ରଭୁ ଆପେ ହୁଅ ଖୁସି ।


ଜୟ ଜୟ ଜଗନ୍ନାଥ ସଙ୍କଟ ମୋଚନ

ଜୟ ଜୟ ଜଗନ୍ନାଥ ଦୁଃଖ ବିନାସନ ।


ଜୟ ଜୟ ଜଗନ୍ନାଥ ଘେନ ନମସ୍କାର

ଜୟ ଜୟ ଜଗନ୍ନାଥ ଭକତଙ୍କୁ ଉଦ୍ଧାର ।


ପାଇଁ ନୀଳାଚଳେ ବସି ଭାବେ ଉପଲବ୍ଧ

ଭକତ ଜୀବନେ ଭର ଶାନ୍ତି ଓ ଆନନ୍ଦ ।


Rate this content
Log in

Similar oriya poem from Abstract