ଧରି ଚାଲ ସମ୍ପର୍କକୁ ବିଶ୍ୱାସ ଭିତର
ଧରି ଚାଲ ସମ୍ପର୍କକୁ ବିଶ୍ୱାସ ଭିତର
ନଦୀର ସମ୍ପର୍କ ମିଶିବ ସାଗର ଗର୍ଭରେ
ବସ୍ତୁ ପୃଥିବୀ ସମ୍ପର୍କ ମାଧ୍ୟାକର୍ଷଣରେ ।
ସମ୍ପର୍କ ବନ୍ଧନଟି ମଣିଷ ଜୀବନରେ
ରହିଛି ରହିବ ପ୍ରକୃତିର ଦାନ ମଧ୍ୟରେ ।
ମାତା, ପ୍ରଥମ ସମ୍ପର୍କ, ମମତାରେ ଭରା
ପିତା ସହ ସମ୍ପର୍କ ଗଢା ରକତ ତ ପରା ।
ସ୍ଵାମୀ ସହ ସ୍ତ୍ରୀ ବନ୍ଧା ପ୍ରୀତି ସମ୍ପର୍କରେ
ସାଂଗ ସାଥି ଯୋଡି ବନ୍ଧୁଗତ ଭାବରେ ।
ମଣିଷ ବଂଚେନି ବିନା ସାମାଜିକ ବନ୍ଧନରେ
ଗାଁ ସହ ସମ୍ପର୍କ ଐତିହ୍ୟ ସଂସ୍କୃତି ପରମ୍ପରାରେ ।
ରହିଛି ଓ ରହିବ ସମ୍ପର୍କ ଗୁରୁ ସହିତ ଶିଷ୍ଯଙ୍କର
ବିଦ୍ୟା ଜ୍ଞାନ ଗ୍ରହଣ, ବାଟ ଜଣା ବ୍ୟକ୍ତି ସହ ବାଟୋଇର ।
ସଙ୍ଗୀତ ସହ ନିବିଡ ସମ୍ପର୍କ କଣ୍ଠଶିଳ୍ପୀଟିର
ଯେପରି ତୂଳୀ ସାଥେ ଅଛି ଏକ ଚିତ୍ରକରର ।
ପ୍ରାକୃତିକ ସମ୍ପର୍କ ଅଟେ ସଦା ସତ୍ୟ ଚିରନ୍ତନ
ପବିତ୍ରତା ଅଭାବେ ସମ୍ପର୍କ ହୁଏ ମୂଲ୍ୟହୀନ ।
ଧରି ଚାଲିଲେ ସର୍ବ ସମ୍ପର୍କକୁ ବିଶ୍ୱାସ ଭିତରେ
ଅସମ୍ଭବ ବି ସମ୍ଭବ ହୁଏ, ଶାନ୍ତି ଆସେ ସଫଳତାରେ ।
