STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

କିଏ ଲଗାଇବ ଜନତା ହୃଦୟେ ସୁଖର ମୋହର

କିଏ ଲଗାଇବ ଜନତା ହୃଦୟେ ସୁଖର ମୋହର

1 min
395


ପିଲାଟି ଦିନରୁ ସମାଜ ସେବାରେ ନିଜକୁ ଉତ୍ସର୍ଗ 

କରି ସଂଗ୍ରାମ କରୁଥିଲେ ଯିଏ

ଓଡିଶାବାସୀଙ୍କ ପୂତ ପ୍ରତୀକର ମାଆ ରୂପେ ହେଉ

ଥିଲେ ବନ୍ଦନୀୟ ପରା ସିଏ ।


ଜୀବନକ ପଥେ ସୁଖ ସ୍ବାଚ୍ଛନ୍ଦ୍ଯକୁ ପଛରେ ପକାଇ 

ଦରିଦ୍ରଙ୍କ ନିଃସ୍ବାର୍ଥ ସେବା କରୁଥିଲା ଯିଏ

ସମୟ ଥିଲା ଗର୍ବ ଓ ଗୌରବ ବୋଧର ସିଡିର

ପୁଲକିତ ଗାଥା ପାଉଥିଲା ପରା ସିଏ ।


ଜୀବନ ଭିତରେ ଭୋଗ ନୁହେଁ, ତ୍ୟାଗର ଆଦର୍ଶର 

ମୂଳମନ୍ତ୍ର ଏଠି ଚୁଲିକୁ ଗଲାଣି ଚାଲି

ନ୍ୟାୟ ଏଠି ନିଶ୍ଚଳ, ନାୟକର ନିୟନ୍ତ୍ରଣ ଭିତରେ, ବଡ 

ହେବାକୁ ଗୋଡାଣିଆ ହେବା ଖାଲି ।


ଭୋକର ଦାରୁଣ ଦୁଃଖ ଭୋଗ କରୁଥିବା ଭାରତୀୟ 

ମଣିଷର ହୃଦୟରୁ ଏକ ସ୍ୱର ନିର୍ଗତ ହୁଏ

ନିଶାପ ମାଗେ, ହିସାବ ମାଗେ, ନ୍ୟାୟର ଦେବତା

ମାନଙ୍କ ଠାରୁ ଦେଖିବା ଦେବ କେବେ ଓ କିଏ ।


ଥରି ଉଠେ ମୋର ମାଆ ମାଟି, ଶୁଣି ପ୍ରତଦିନ କୋଟି 

ବୁଭୁକ୍ଷୂର ବେଦନାସିକ୍ତ ଆର୍ତ୍ତ ଚ଼ିତ୍କାର

ବଢ଼ି ଉଠିଥିବା ସେମାନଂକ ଆଖିର ବିଶ୍ୱାସର ସୌଧକୁ

ଦେଖିବାକୁ ରହିଲା କିଏ ଲଗାଇବ ମୋହର ।


Rate this content
Log in

Similar oriya poem from Action