STORYMIRROR

Harekrushna Deb Sahoo

Romance Action Classics

4  

Harekrushna Deb Sahoo

Romance Action Classics

ଜହ୍ନ

ଜହ୍ନ

1 min
385


ରାତିର ସପନ ରାଇଜେ 

ଉଇଁଛି ଗୋପନେ ଜହ୍ନ, 

ରାତ୍ରିରେ ଫୁଟଇ ଶେଫାଳି 

ଚନ୍ଦ୍ରମା କଳଙ୍କ ଚିହ୍ନ।। ୧


ଜହ୍ନର ଛାଇ ଆଲୁଅର 

ସଙ୍ଗେ ଲୁଚକାଳି ଖେଳ,

ପ୍ରୀତିର ନଳିନୀ ବନରେ

ଭ୍ରମରେ  ଭ୍ରମର ଦଳ।। ୨


ପ୍ରଭାତ ଆଗତେ ଚନ୍ଦ୍ରମା 

ନିଜର ମୁହଁ ଲୁଚାଏ, 

ସେ କ୍ଷଣେ ବିଳୟ ଶେଫାଳି

ନିଜ ଅସ୍ତିତ୍ୱ ହରାଏ।। ୩


ଜହ୍ନର ପ୍ରେମରେ ପ୍ରେମିକ

ଶୋଇଛି ପଲଙ୍କେ ଯାଇ,

ପ୍ରୀତିର ପଙ୍କଜ ପ୍ରେମିକା 

ଫୁଟିଛି କଳଙ୍କ ନେଇ।। ୪


ସେ ନୁହେଁ ବିଟପୀ ନାୟିକା 

ନାହିଁ ତା କଳଙ୍କ ଚିହ୍ନ,

ଚନ୍ଦ୍ରମା ପଙ୍କଜ ସମାନ

ନ ଲାଗେ ତାଙ୍କଠୁ ଭିନ୍ନ।। ୫


Rate this content
Log in

Similar oriya poem from Romance