ଜହ୍ନ
ଜହ୍ନ
ରାତିର ସପନ ରାଇଜେ
ଉଇଁଛି ଗୋପନେ ଜହ୍ନ,
ରାତ୍ରିରେ ଫୁଟଇ ଶେଫାଳି
ଚନ୍ଦ୍ରମା କଳଙ୍କ ଚିହ୍ନ।। ୧
ଜହ୍ନର ଛାଇ ଆଲୁଅର
ସଙ୍ଗେ ଲୁଚକାଳି ଖେଳ,
ପ୍ରୀତିର ନଳିନୀ ବନରେ
ଭ୍ରମରେ ଭ୍ରମର ଦଳ।। ୨
ପ୍ରଭାତ ଆଗତେ ଚନ୍ଦ୍ରମା
ନିଜର ମୁହଁ ଲୁଚାଏ,
ସେ କ୍ଷଣେ ବିଳୟ ଶେଫାଳି
ନିଜ ଅସ୍ତିତ୍ୱ ହରାଏ।। ୩
ଜହ୍ନର ପ୍ରେମରେ ପ୍ରେମିକ
ଶୋଇଛି ପଲଙ୍କେ ଯାଇ,
ପ୍ରୀତିର ପଙ୍କଜ ପ୍ରେମିକା
ଫୁଟିଛି କଳଙ୍କ ନେଇ।। ୪
ସେ ନୁହେଁ ବିଟପୀ ନାୟିକା
ନାହିଁ ତା କଳଙ୍କ ଚିହ୍ନ,
ଚନ୍ଦ୍ରମା ପଙ୍କଜ ସମାନ
ନ ଲାଗେ ତାଙ୍କଠୁ ଭିନ୍ନ।। ୫

