STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ରାଷ୍ଟ୍ରପତି ଆମ ଅନନ୍ୟା ଭଞ୍ଜଭୂମି

ରାଷ୍ଟ୍ରପତି ଆମ ଅନନ୍ୟା ଭଞ୍ଜଭୂମି

1 min
384

ପୁଣ୍ୟମୟୀ ମା' ମାଟି ଜନ୍ମଭୂମି ଭାରତେ

      ରଚି଼ଲେ ଇତିହାସ ସର୍ବଜନ ବିଦିତେ,

ଦ୍ରୌପଦୀ ଦେବୀ ସର୍ବୋଚ୍ଚ ପଦ ବିମଣ୍ଡିତେ

      ରାଷ୍ଟ୍ରପତି ମାନ ଲଭିଛନ୍ତି ନିର୍ବାଚିତେ।


ପ୍ରଥମ ଓଡି଼ଆ ପ୍ରଥମ ମହିଳା ରାଜ୍ୟେ

    ଗର୍ବ ଗୌରବେ ଓଡି଼ଆ ଜାତିର କାର୍ଯ୍ୟେ,

ବିଶ୍ବେ ମହୀୟସୀ ନାରୀ ସମ୍ମାନ ଅରଜେ

  ଜାତି ମାନ ବିଜୟ ଧ୍ଵଜା ଉଡେ ସାମ୍ରାଜ୍ୟେ।


ଭଞ୍ଜଭୂମି ଏ ମୟୂରଭଞ୍ଜ ଗଡ଼ଜାତ

      ବିଲ ବାଡି଼ ବଣ ନଦୀ ଝରଣା ପର୍ବତ,

ଓଡି଼ଶାର ଜିଲ୍ଲାରେ ହେଲେ ବି ଅନୁନ୍ନତ

     ପ୍ରକୃତିର କୋଳରେ ରହିଛି ଚିର ଶାନ୍ତ।


ଗାଆଁ ଗହଳିରେ ଘେରା ରାଇରଙ୍ଗପୁର 

      ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସୁନ୍ଦର,

ଦ୍ରୌପଦୀ କନ୍ୟାରତ୍ନଙ୍କର ଏଇଠି ଘର

    ସୁଖ ଦୁଃଖରେ ଜୀବନ ବିତିଛି ତାଙ୍କର।


ଭଞ୍ଜଭୂମିର କନ୍ୟାରତ୍ନ ଦ୍ରୌପଦୀ ଦେବୀ

     ଜନ ମାନସେ ଝଲସେ ତାଙ୍କ ପ୍ରତିଚ୍ଛବି,

ସାରା ଜିଲ୍ଲା ଗର୍ବ କରେ ତାଙ୍କ କଥା ଭାବି

   ଆଜି ସେ ଅନନ୍ୟା ଏ ମାତୃଭୂମିକୁ ସେବି।


ଏକ ଗରିବ ପରିବାରେ ହୋଇ ଜନମ

     ସାରା ଭାରତରେ ସେ ଅର୍ଜିଛନ୍ତି ସୁନାମ,

ବାଲ୍ୟକାଳରୁ କରି କଠିନ ପରିଶ୍ରମ

     ପ୍ରତିଭା ବିକାଶି ହୋଇଛନ୍ତି ସେ ପରମ।


ଅଭାବ ଅନାଟନରେ ଉଚ୍ଚଶିକ୍ଷା ପାଇ

      ଜୀବନ ଯାକ ରହିଛନ୍ତି ଅଧ୍ୟବସାୟୀ,

ରାଜ୍ୟର ରାଷ୍ଟ୍ର ମନ୍ତ୍ରୀରୁ ରାଜ୍ୟପାଳ ହୋଇ

     ଆଜି ଭାରତର ରାଷ୍ଟ୍ରପତି ମହୀୟସୀ।


ବିଧିର ବିଧାନେ ବହୁ ଦୁଃଖରେ ଦୁଃଖିନୀ

   ଭାଙ୍ଗି ନ ପଡି଼ ଯାତ୍ରା ପଥେ ସେ ବିଜୟିନୀ,

ସ୍ଵାମୀ ପୁତ୍ରଙ୍କୁ ହରାଇ ହେଲେ ଅଭାଗିନୀ

    ବଜ୍ର ସମ ଧୈର୍ଯ୍ୟ ଧରି କଲ୍ୟାଣକାରିଣୀ।


ହୋଇ ସେ ଭାରତର ପ୍ରଥମ ନାଗରିକ

    ସାରା ଓଡି଼ଆ ଜାତିର ରଖିଛନ୍ତି ଟେକ,

ପ୍ରଥମ ଓଡି଼ଆ ସୁକନ୍ୟାଙ୍କର ପ୍ରତୀକ

  ହୋଇ ବିଶ୍ବରେ ମହକେ ତାଙ୍କର ମହକ।


ଜଗତର ନାଥ ମହାପ୍ରଭୁ ଜଗନ୍ନାଥ

   ଆଶିଷ ଦେଇ ଦେଖାନ୍ତି ଆଲୋକର ପଥ,

ଅଶେଷ କରୁଣାରେ ପୂର୍ଣ୍ଣହେଲା ମନୋରଥ

  ପ୍ରାର୍ଥନା ଶୁଣି ସାହା ହେଲେ ପ୍ରଭୁ ଶ୍ରୀନାଥ।



Rate this content
Log in

Similar oriya poem from Action