STORYMIRROR

Amarananda Nayak

Tragedy Classics

3  

Amarananda Nayak

Tragedy Classics

ଶିଶିର ସାରସ

ଶିଶିର ସାରସ

1 min
149


      

ଆକାଶରୁ ଉତୁରି'ଆସେ ହେମନ୍ତ'

ପ୍ରକୃତି ରାଣୀ ଅଙ୍ଗେ'ଶ୍ୱେତ ପଣତ'

ଝରି ପଡୁଛି ସତେ'ଆକାଶୁ ମୁକ୍ତା'

ଶିଶିର ସ୍ନାତା ଧରା'ସୁଶ୍ରୀ ମଣ୍ଡିତା'।     

     

କାକର ଭିଜା ସଜ'ଫୁଲର ଗନ୍ଧ'

ନଭେ ବିଦେଶୀ ପକ୍ଷୀ'ମଧୁର ଛନ୍ଦ'

ଆକାଶୁ ଝରିପଡେ'ଶିଶିର ବିନ୍ଦୁ'

ମାଟି ମାଆ କପାଳେ'ଚନ୍ଦନ ବିନ୍ଦୁ'।

        

ଅଗଣାରେ ମେଲିଛି'ଫୁଲର ହାଟ'

ସେ ଶୋଭା ଦରଶନେ'ମନ ଉଚ୍ଚାଟ'

କର୍ଷକ କ୍ଷେତ୍ର ଶୋହେ'ସ୍ୱର୍ଣ୍ଣ କାଣ୍ଡିରେ'

ଝୋଟି ଚିତା ମୁରୁଜ' ଅଙ୍କା ଦୁଆରେ'।

      

ମେଘମୁକ୍ତ ଆକାଶ'ଚନ୍ଦ୍ର ମଣ୍ଡନ'

ଶୀତ ସକାଳ ଲୋଭା'ରବି କିରଣ'

ଶିଶିରସାଥେ ଝରେ'ପଦୁଅଁ ଲୁହ'

ସାରସ ମେଳେ ଶୋଭା'ସଲିଳ ଦେହ'।

         

କୃଶାଙ୍ଗୀ ନଦୀ ତୀରେ'ମଳିନ ରବି'

ନିର୍ମଳଜଳ ଗାତ୍ରେ'ପାଦପ ଛବି' 

ରୂପସୀ କାଶତଣ୍ଡି'ରୂପ ମଳିନ'

ପାଦପ ଶାଖାପର୍ଣ୍ଣ'ପିଙ୍ଗଳ ବର୍ଣ୍ଣ'।

     


ଦକ୍ଷ ବିନ୍ଧାଣି ରଚେ'ସୃଷ୍ଟି ସୁନ୍ଦର'

ସଲିଳ ଯେ ଅନଳ'ନିଆଁ ମଧୁର'

ସୁଷମା ବିମଣ୍ଡିତା'ପ୍ରକୃତୀ ରାଣୀ'

ଭ୍ରମଣ ପ୍ରିୟମନ'ନିଅଇ ଟାଣି'।


           

 ଧୀରଉତ୍ତରା ବାତ 'ଶୀତାର୍ତ୍ତ ମନ'

ଶୀତ କରେବିଧୌତ'ଜନ ଜୀବନ'

ସାୟନ୍ତନ ଥରାଏ' ଅସ୍ଥି ଶରୀର'

ଶୀତ ପୀତରେ ପୀଡ଼ା 'ଚର୍ମଶରୀର'।

    

ତୁଳୀ ତଳପ ଶେଯେ'ଦେହ ଉଷ୍ମାନ୍'

ସିଆଁ ପଣତ ତଳେ'ଥରେ ଜୀବନ'

ଦାରିଦ୍ର୍ୟ ପଙ୍କ ମଧ୍ୟେ'ଦାହ ପରାଣ'

କୁହୁଡ଼ିଘେରା ଗାଁର'ଘନ ନିଦାନ'।

     

ବୟସର ସାୟାହ୍ନ'ଖୋଜେ ଅତୀତ'

ସାଥି ବିହୁନେ ଝୁରେ'ଉଦାସୀ ଶୀତ'

ସୁଖ ଦୁଃଖ ପସରା'ଋତୁ ହେମନ୍ତ'

ହସାଏ କନ୍ଦାଏସେ'ଜୀବ ଜଗତ'।


                                               

                      


Rate this content
Log in

Similar oriya poem from Tragedy