ଶୀତରାଣୀ
ଶୀତରାଣୀ
ଶୀତୁଆ କୋହଲା ପାଗରେ ଶୀତଳ
ଘାସ ରେ କାକର ଟୋପା
ଶୀତରାଣୀ ଆସେ ପାଦ ଥାପି ଥାପି
ଦେହେ ଶୋଭା ଅପରୂପା
ନିରେଖି ନିରେଖି ଚାହେଁ ଶୀତରାଣୀ
ଶୀତ କାହା ପାଇଁ ପ୍ରୀତ
ଶୀତୁଆ ପବନର ସ୍ପର୍ଶ କିପରି
କାହାକୁ ହିତ ଅହିତ ।
ମତୁଆଲା ମନ ଖୋଜେ ଉଷ୍ମ ଦେହ
ପ୍ରିୟାର ବକ୍ଷ ଉଷ୍ମତା
ରାତି ସରି ଆସଇ ଉଷ୍ମତା ସ୍ୱପ୍ନରେ
ଶୀତରେ ଉଷ୍ମତା ଚିନ୍ତା
ମା ବକ୍ଷ-ଉଷ୍ମତା ଶିଶୁ ଚିନ୍ତା ଶୂନ୍ୟ
ଦେଖି ଖୁସି ଶୀତରାଣୀ
ନିଦୁଆ ଦେହରୁ ବସ୍ତ୍ର ଖସି ଗଲେ
ଶିଶୁକୁ ଆଣୁଛି ଟାଣି
ବୟସ୍କ ଶରୀର ହୁଏ ସନ୍ତାପିତ
ସହ୍ୟ ହେଉନାହିଁ ଶୀତ
ଉସ୍ମ ବସ୍ତ୍ର ଯେତେ ଢାଙ୍କି ହେଲେ ସୁଦ୍ଧା
ଶରୀର ହେଉନି ତୃପ୍ତ
ଶୀତୁଆ ସକାଳେ ପ୍ରାତଃ ଭ୍ରମଣରେ
ଭାରି ମଜା ପାଦ ଚଲା
କୁହୁଡି ଚାଦର ଘେରା ପରିବେଶ
କାକର ଟୋପା ଚଗଲା
ଶୀତୁଆ ପାଗରେ ବଣଭୋଜି ଖୁସି
ବାଣ୍ଟି ସମ୍ପର୍କର ଭାବ
ସଞ୍ଜ ହେଉ ହେଉ ଘର ଲେଉଟାଣି
ଉସ୍ମ ଭରା ପ୍ରେମ ଭାବ ।
ଫୁଲର ସମ୍ଭାର ଘର ଅଗଣାରେ
ପରିବେଶ ମନୋରମ
ଧନ୍ୟ ଶୀତରାଣୀ ର ଗରିମା
ଚାଲି ତୁମ ଅବିରାମ