STORYMIRROR

SARATA KUMAR DAS

Fantasy

3  

SARATA KUMAR DAS

Fantasy

ଶୀତ ସକାଳ

ଶୀତ ସକାଳ

1 min
128


ଶୀତ ସକାଳର ଶିଶିର ବିନ୍ଦୁରେ

ଦେଖେ ଯେବେ ବାଳ ରବି

ସିଂହାସନଟିଏ ଗଢେ ମୋ ହୃଦରେ

ଥାପିବାକୁ ତାଙ୍କ ଛବି ।।


ସୁନେଲି କିରଣେ ଆଶାର କଦମ୍ବ

ଛାତି ତଳେ ଉଠେ ଫୁଟି

ନାଚେ ସସାଗରା ନାଚେ ନଦ ନଦୀ

ମହମହ ବାସେ ସୃଷ୍ଟି  ।।


ଶୀତ ପାଦଶବ୍ଦ ଧୀରେ ଶୁଭୁଥାଏ

ନିଆଁ ଉହ୍ମେଇର ତଳେ

କିଚିରିମିଚିରି ବିହଙ୍ଗ କାକଳି

ସବୁଜ ପତ୍ର ଗହଳେ ।।


ନାନା ଜାତି ଫୁଲେ ସୁଶୋଭିତ ଧରା

ଶୀତଳ ସମୀର ତାଳେ

ଲାଜକୁଳି ଲତା ପାହାଡୀ ଝରଣା

ଗାଏ ଗୀତ ଅବହେଳେ ।।


କଅଁଳ ଖରାରେ ସବୁଜ କେଦାର

ଝଲମଲ ଦିଶୁଥାଏ

ହାତ ପାପୁଲିରେ ସୌଭାଗ୍ଯର ରେଖା

ଧୀରେ ଧୀରେ ହସୁଥାଏ  ।।


ନୁଆଁଣିଆ ଘରେ ଛିଣ୍ଡା କମ୍ବଳରେ

ସ୍ବପ୍ନ ସବୁ ହଜିଯାଏ

ସକାଳର ସୂର୍ଯ୍ୟ ହାତ ବଢାଇଲେ 

ପ୍ରାଣ ପଲ୍ଲବିତ ହୁଏ  ।।


କଳା ମଚମଚ ରାସ୍ତାର ଛାତିରେ

ଶୀତ ଲୁଚି ଲୁଚି ଖୋଜେ

କେତେ ଅସହାୟ ବେସାହାରା ଦେହ

ଶୀତଳ ସମୀରେ ଭିଜେ ।।


ଦାମି ପୋଷାକରେ ସକାଳର ଶୀତ

ଲୁହ ଢାଳୁଥାଏ ଧୀରେ

ଛିଣ୍ଡା ଚାଦରର ସଜଳ ଆଖିରେ

ଶୀତ ଧୀରେ ଉଙ୍କି ମାରେ ।।

  

ସକାଳର ଶୀତ କମି କମି ଯାଏ

ସୂର୍ଯ୍ୟଙ୍କ ପ୍ରଖର ତେଜେ

ଅବୁଝା ମନର ଅବ୍ୟକ୍ତ ସଂଳାପ

ଲୁଚିଯାଏ ବୁକୁ ତଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy