"ଶୀତ ରାତି"
"ଶୀତ ରାତି"
ଥରାଏ ଛାତି
ମନେ ଭରିଦିଏ
କେତେ ସେ ପ୍ରୀତି
ମନେ ଓ ହୃଦେ ବଢାଏ ତାତି
ଶୀତ ରାତି ସେ ଶୀତ ରାତି ।
ପ୍ରେମ ପ୍ରଣୟର ଗଢେ ସେ ଭିତ୍ତି
ମାନବଙ୍କ ମଧ୍ୟେ ଜଗାଏ ପ୍ରୀତି
ସେ ଶୀତ ରାତି
ମିତଟିଏ ସାଜି ସଭିଙ୍କ ମନେ
ଆଣେ ସେ ଶାନ୍ତି
ସଭିଙ୍କ ମଧ୍ୟେ ଭରେ ଭାବପୀରତି ।
କେତେ କଳ୍ପନା ପରିକଳ୍ପନାରେ
ପରିପୂର୍ଣ୍ଣ ହୋଇ
ଆଶା ଆଶଙ୍କାର କରେ ସେ ଇତି
ମିଳନ ବିରହର
ସଂଜ୍ଞା ନିରୂପଣ କରିବା ପାଇଁ
ପ୍ରେମୀ ଯୁଗଳଙ୍କ ହୃଦେ
ବଢାଏ ଭୀତି
ନିଶଦ୍ଦ ରଜନୀରେ ଗାଏ
ନାନା ଅକୁହା କଥାର ଗୀତି
ସେ ଶୀତ ରାତି ।
ଜୀବନେ ଆଣେ ସେ ଅନେକ ସାଥୀ
ସାଙ୍ଗ ମେଳ ଗଢେ
ଗଢେ ପୁଣି ସେ କେତେ ପ୍ରିୟା ଓ ପ୍ରୀତି
ନବ ଦମ୍ପତ୍ତିଙ୍କର ଅଟେ ସେ ଚିର ସାଥୀ
କେତେ ସପନ ଗୋପନେ ଭେଟି
ଦିଏ ତାଙ୍କୁ
ନାନା ରଙ୍ଗ ରସେ ସେ ଡୁବି ଯାଆନ୍ତି
ସେ ଶୀତ ରାତି ମିଳନରେ ତାଙ୍କ
ମନେ ଓ ହୃଦେ ଭରିଦିଏ ପ୍ରେମ ରସର ତୃପ୍ତି ।
ସେ ଘନ ଅନ୍ଧକାର
ପ୍ରେମେ କରଇ ବିଭୋର
ସୃଜନ ଶୀଳରେ କରେ ରଚଇ
ସେ ନବ ନିର୍ମାଣର
କେତେ ପତ୍ନୀ ପତି କେତେ ଯେ ଦମ୍ପତ୍ତି
ନାନା ରଙ୍ଗୀନ୍ ସପନେ ମଜି ଯାଆନ୍ତି
ନୂଆ ଆଶା ନୂଆ ଭରସାରେ
ନୂତନ ସୃଷ୍ଟି ଓ ସମ୍ଭାବନାରେ ହଜିଥାନ୍ତି
ସେ ଶୀତ ରାତି ମିତ ସାଜି
ମନେ ଓ ହୃଦେ ବଢାଏ ପ୍ରୀତି ।
ସେ ଶୀତ ରାତି
ରାତ୍ରି ନୁହେଁ ସେ ତ
ସେ ଆମ ଜୀବନ ସାଥୀ
ମନେ ଓ ହୃଦେ ଭରିଦିଏ ଭାବ ପୀରତି
ଘନ ଅନ୍ଧକାରେ ନୂତନ ଦୀପର
ଜଳାଏ ଆମ ହୃଦେ
ନୂତନ ସୃଜନର ଆଲୋକ ଜ୍ୟୋତି
ଆମୋଦ ପ୍ରମୋଦ ଓ ମିଳନ ମଧ୍ୟେ
ଉଷ୍ଣତାରେ ବୃଦ୍ଧି କରେ ଆମରି
ମନ ଓ ଶରୀରେ ପ୍ରେମର ତାତି ।