STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଶୀତ ପାଇଁ ଗୀତ ଟିଏ

ଶୀତ ପାଇଁ ଗୀତ ଟିଏ

1 min
11

ଷଡ଼ଋତୁ ଚକ୍ରେ ଶୀତ ତୁ ଆସୁଛୁ

ସୁନାର ଫସଲ ସଙ୍ଗରେ ଧରି

ପ୍ରତି ପ୍ରଭାତରେ ସତେ କି ଲାଗଇ

ସବୁଜ ଶାଢୀରେ ମୁକ୍ତା ଖୋଦେଇ ।


ଶୀତ ତୁ ଆସିଛୁ କୃଷକ ମନରେ

ଅସରନ୍ତି ଖୁସୀ ସମ୍ଭାର ନେଇ

ସୁନାର ଫସଲ କିଆରୀରେ ତାର

ଉତ୍ତଫୁଲ୍ଲିତ ହୁଏ କୃଷକ ଭାଇ ।


ସୁନାର କ୍ଷେତରେ ଲକ୍ଷ୍ମୀ ଠାକୁରାଣୀ

ଖଳାର ଝୋଟି ରେ ମନ ଉଲ୍ଲାସ

କଳେଇ ଗାଡିରେ ଲକ୍ଷ୍ମୀଙ୍କର ବିଜେ

ପରବ ଆସିଛି ଧରା ହରଷ ।


ଶୀତ ଆସିଅଛି ମଜା ମଉଜରେ

ପନିପରିବା ର ସମ୍ଭାର ନେଇ 

ରାସ୍ତା ଝୁମ୍ପୁଡ଼ି ର ନେତି ନାନୀ ଥରେ

ଶୀତ ଛୁଇଁ ଯାଏ ଯନ୍ତ୍ରଣା ଦେଇ ।



Rate this content
Log in

Similar oriya poem from Abstract