ଶୀତ ଏକ ନୀଳ ପରୀ
ଶୀତ ଏକ ନୀଳ ପରୀ
ଶୀତ ଏକ ନୀଳ ପରୀ
ଭାରି ଲାଜକୁଳୀ
ମୁହଁ ଢାଙ୍କି କୁହୁଡ଼ିରେ
ହସେ କିରିକିରି ।
ଦେହ ତା' ହେମ ଶୀତଳ
ଧୋବ ଫରଫର
ଗଭାରେ ତା' ଶୋଭା ପାଏ
ଗୋଲାପ ସୁନ୍ଦର ।
ମହକେ ସୁବାସ ଶୀତ
ଫୁଲ ସୁକୋମଳ
ଅଞ୍ଚଳେ ତା' ଭରପୂର
ଐଶ୍ବର୍ଯ୍ଯ ସମ୍ଭାର ।
ସରମେ ସେ ଗୋଟାପଣ
ହୋଇ ଜଡ଼ସଡ଼
ଦିଏ ଅନୁଭବ ମନେ
ସଙ୍କୋଚନ ଜାଡ଼ ।
ଅପରୂପା ଶୀତ ରାଣୀ
ଯାଏ ଯେବେ ଫେରି
ସୁଲୁସୁଲୁ ମଳୟରେ
ପ୍ରାଣ ଉଠେ ପୂରି ।