ଖେଳିବା ରଙ୍ଗରେ ହୋରି
ଖେଳିବା ରଙ୍ଗରେ ହୋରି


ହେ ନନ୍ଦକିଶୋର ହେଉଛି ଉଚ୍ଛୁର
କର ନାହିଁ ଆଉ ଡେରି
ଫଗୁ ପୁନେଇଁରେ ରଙ୍ଗ ମହୋତ୍ସବ
ବିଭୋରେ ଖେଳିବା ହୋରି ।
ଭିଜାଇବି ଦେହ ଗୋଟାପଣେ ତୁମ
ଶ୍ରୀ ପଦେ ନାଲି ଅବିର
ବୋଳିଦେବି ମୁହେଁ ନାଲି ନେଳି ଧଳା
ଦିଶିବ କୁଞ୍ଜ ସୁନ୍ଦର ,
ଡାକଇ ମୂରଲୀ ରାଧା ରାଧା ବୋଲି
ତୁମେ ଠକ ଭାରି ବନମାଳି ।
ବିଭୋରେ ଖେଳିବା ହୋରି---
ଚୋରିକଲ ତୁମେ ହୃଦୟ ମୋହର
ସହୁଛି ନିନ୍ଦା ବାଜଣା
କଳାକାହ୍ନୁ ନାମ ଜଗତନାଥଙ୍କୁ
ରାଧା ପ୍ରେମ କିବା ଊଣା,
ହେ ନୀଳମାଧବ ନୀଳ ପୂର୍ଣ୍ଣ କାମ
ମୁଁ ଶ୍ରୀରାଧା ନୀଳିମା ରାଣୀ ।
ବିଭୋରେ ଖେଳିବା ହୋରି---
ଭୁଲିଯିବ ଆଜି ରଙ୍ଗ ଅବିରରେ
କୃଷ୍ଣ ହରି ଯେତେ ନାମ
ହଜିଯିବ ନାଥ ପ୍ରିୟା ପ୍ରୀତି ରଙ୍ଗେ
ଯିଏ ରାଧା ସିଏ କୃଷ୍ଣ,
ଅଭିନ୍ନ ଏକ ଶ୍ରୀରାଧା ଗୋପୀନାଥ
ପ୍ରେମ ଅପ୍ରାକୃତ ମୂର୍ତ୍ତି ।
ବିଭୋରେ ଖେଳିବା ହୋରି---