STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ହୋଲିର ରଙ୍ଗ

ହୋଲିର ରଙ୍ଗ

1 min
240


ବସନ୍ତ ଋତୁରେ ହୋଲି ଆଉ 

ଦୋଳ ବିମାନ 

ରଙ୍ଗର ପସରା ଜମିଥାଏ 

ଗାଁ ରୁ ସହର      

ପିଠା ଖିରି ପାଖେ ଥାଏ ସଭିଙ୍କ ମନ!!


ଅଳସୀ ପ୍ରିୟାର ପ୍ରେମ ସପନ      

ଭରିଦିଏ ହୃଦେ ମିଠା ମିଠା

ପ୍ରେମ ଚନ୍ଦନ!!


ହୋଲି ପରବର ଖରା ସମୟରେ ଭାବିଥିଲି

ପ୍ରିୟାର ମୁହଁରେ ଅବିର ମାରିବି ବୋଲି

କି କାରଣେ ପ୍ରିୟା ଅଟକି ରହିଲା    

ଜାଣି ତ ପାରିଲି ନାହିଁ

ବିନା କାରଣରେ ହୃଦୟଟା ମୋର   

ଅଧିର ହୋଇଲା କାହିଁ!!


ପୂନେଇ ଜହ୍ନ ପରି ଗୋଲ ମୁହଁ ତାର

ବିଭିନ୍ନ ରଙ୍ଗର ଅବିର ଲେପନେ   

ପ୍ରିୟା ଲାଗେ କେତେ ସୁନ୍ଦର!!


ହୋଲି ଅବିର ରଙ୍ଗଟା ମନେ ଭରିଥାଏ

କେତେ ଯେ ନୂତନ ଆଶା

ନୂଆ ସକାଳ ନୂଆ ମନ ନେଇ 

ହୋଲିରେ ବଢଇ ଭରସା।।  


ଭିନ୍ନ ରଙ୍ଗର ପସରା ମେଲାଇ

ଆସିଥାଏ ରଙ୍ଗ ପର୍ବର ହୋଲି

ସଭିଏଁ ମଣିଷ ଗୋଟିଏ ରଙ୍ଗରେ

ରଙ୍ଗୀନ ହୁଅନ୍ତି ମୁହଁରେ ରଙ୍ଗ ବୋଳି।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance