STORYMIRROR

Bijay Prusty

Romance

3  

Bijay Prusty

Romance

ସଖୀ ତୁମେ ମୋର

ସଖୀ ତୁମେ ମୋର

1 min
239


ଦୁଇ ଦିନର ଏ ନଶ୍ୱର ଶରୀର

ଚିନ୍ତା ନାହିଁ ସଖୀ ଚିନ୍ତା ନାହିଁ

ଭଲ ପାଇବାର ଆପଣା ପଣରେ

ହୃଦୟେ ମୋ ବହେ ପ୍ରୀତି ନଈ I


ପାଇବା ହାରିବା ହିସାବ କି ଲୋଡା

ମୋ ହୃଦୟ ତଳେ ଅଛ ତୁମେ

ଦୁଃଖ ଦରିଆରେ ଭାସେ ମୁଁ ଯେବେଳେ 

ମୋ ଆଖିକୁ ତୁମ ଓଠ ଚୁମେ I


ଜନମେ ଜନମେ ଆସିଛ ଗୋ ସଖୀ

ଭାସିଛି ମୁଁ ତୁମ ପ୍ରେମ ସ୍ରୋତେ

ସୁଖରେ ଦୁଃଖରେ ସାଥିରେ ଚାଲିଛ

ମୋ ହାତକୁ ରଖି ତୁମ ହାତେ I


ଆଉ କିଛି ମୋର ଲୋଡାନାହିଁ ସଖୀ

ଦଅ ମୋତେ ଗୋଟେ ଜହ୍ନରାତି

ଆଖିତଳେ ତୁମ ଛବିଟିଏ ରଖି

ସପନ ଦେଖିବି ନିତି ନିତି I


ମରଣର ତଳେ ଜୀବନର ଛବି

ଆଙ୍କିବି ମୁଁ ସଖୀ ତୁମ ପାଇଁ

ବୟସ ଭାରରେ ଭାଙ୍ଗି ଯିବି ନାହିଁ

ଅଣ୍ଟା ମୋର ପଛେ ଯାଉ ନଇଁ I


ତୁମରି ସହିତ ଚାଲୁଛି ଚାଲିବି

ନିଃଶ୍ୱାସ ଚାଲିଛି ଯେତେ ଦିନ

ତୁମରି ପାଖରେ ରହିଛି ଲୋ ସଖୀ

ରହିଥିବ ସଦା ମୋର ମନ I

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance