STORYMIRROR

Samita Swain

Romance

3  

Samita Swain

Romance

ମଗ୍ନପ୍ରେମର ମୂର୍ଚ୍ଛନା

ମଗ୍ନପ୍ରେମର ମୂର୍ଚ୍ଛନା

1 min
190

ଚନ୍ଦ୍ରିକା ଚର୍ଚ୍ଚିତ ରଜନୀ ରାଣୀ ଟା

ତଟିନୀ କୁ ଚାହିଁଥିଲା

ମନ୍ଦ ମଳୟ ରେ ପ୍ରୀତିର ଲହରୀ

ଧୀରେ ଛନ୍ଦ ତୋଳୁଥିଲା।


ମହୋଲ୍ଲାସେ ଜ୍ଯୋସ୍ନା ଝରି ପଡୁଥିଲା

ଶୁଭ୍ର ଚାନ୍ଦିନୀ ଛଟାରୁ

ମଧୁର ମଧୁର ଆଳାପ ଝଙ୍କାରେ

ମଗ୍ନ ପ୍ରେମ ମୂର୍ଚ୍ଛନାର।।


ଚୁନା ଚୁନା ଫୁଲ ପୁଲକ ପ୍ଲାବନେ

ମନ୍ତ୍ର ମୁଗ୍ଧ ରାଗିଣୀରେ

ବିମୋହିତ ସର୍ବେ ଷଡରାଗ ଛାନ୍ଦେ

ମୂର୍ତ୍ତିମନ୍ତ ଏ ଧରାରେ ।।


ଆତ୍ମହରା ହୋଇ ନୃତ୍ଯେ ନୃତ୍ଯରତା

ଅନିନ୍ଦ୍ଯ ରୂପସୀ କେତେ 

ତନୁ ବଲ୍ଲରୀର ଆଲିଙ୍ଗନ ଛନ୍ଦେ

ଛୁଇଁଯାଉ ଥାଏ ସତେ।।


ତଟିନୀ ର ତଟେ ରୂପାଚାନ୍ଦ ହସେ

ଭଇଁରୀ ଖେଳେ ସଲିଳ

ରଜତ ଜୋଛନା ଧାରେ ଝଲସଇ

ସତେ ଲାଗେ ଶତଦଳ।।


ବେଳେ ବେଳେ ପୁଣି ଉଛୁଳି ଉଠଇ

ସମୀରଣ ସାଥେ ମିଶି 

ପ୍ରତିବାଦ କରେ ରୋମାଞ୍ଚିତ ଛଳେ

ଆଜନ୍ମ ଯେହ୍ନେ ତପସ୍ଵୀ ।।


ନିରବତା ମନେ ନିଳ ଆସ୍ତରଣେ

ବିଜୁଳିର ଛୁଆଁ ଦେଇ

ଲୁଚି ଯାଉଥାଏ ମୁଗ୍ଧ ଶିହରଣେ

ଅପୂର୍ବ ସମ୍ଭାରେ ସେଇ ।।


ସ୍ବପ୍ନ ରାଇଜରେ ମଗ୍ନ ପ୍ରେମିକା ସେ

ପ୍ରୀତି ର ନନ୍ଦନବନେ

ଶତ ସୁଷମାରେ ଶିଳାନ୍ଯାସ କରେ

ଗାଇ ଜୀବନର ମାନେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance