Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monali Rana Dalai

Romance

3  

Monali Rana Dalai

Romance

"ନିର୍ଜନତା ରାତି "

"ନିର୍ଜନତା ରାତି "

1 min
163


ହଁ.... ଏଇ ରାତି ; 

ନୀର୍ଜନତା ପରିପୂର୍ଣ୍ଣ ଅନ୍ଧାରରେ ଆଜି ମୁଁ ତୁମ ରଙ୍ଗୀନ୍ ସ୍ୱପ୍ନରେ ଲିପ୍ତ

ସତେକି ଯେପରି ମୋ ଜନ୍ମର ସାର୍ଥକତା ପୂରଣ ହେବାକୁ ଯାଉଛି ତୁମ ସହ, ତୁମ ଆତ୍ମା ସହ, ତୁମ ହୃଦୟ, ତନୁ, ମନ ସହ..

ଜହ୍ନ, ତାରାଙ୍କ ଲୁଚକାଳିର ବିରହରେ ଟକମକ ଗାଡ଼ିଆ ମଧ୍ୟରୁ ପ୍ରସ୍ଫୁଟିତ ନୀଳୋତ୍ପଳ ତୁମେ....


ଆଜି ମୁଁ ଆଉ ମୁଁ ରହି ହେବାକୁ ଚାହେଁନା,

ହଁ...ଆଜି ମୁଁ ଆଉ ମୁଁ ରହି ହେବାକୁ ଚାହେଁନା,,

ଜୁଆର ପରି ମୋ ସମ୍ପୂର୍ଣ୍ଣ ଜୀବନକୁ ତୁମ ଅସରନ୍ତି ପ୍ରେମର ସାଗରରେ ମିଶେଇ ଆଜି ସ୍ୱୟଂ ସମ୍ପୂର୍ଣ୍ଣ ହୋଇ ଯିବାକୁ ଏକାନ୍ତ ଚେଷ୍ଟରତ ମୁଁ....


ଆଜି ଯେପରି ଠିକଣା ଶୂନ୍ୟ ମୁଁ,

ଆଉ ତୁମେ ନିଜଠାରୁ ମଧ୍ୟ ଅଧିକ ନିଜର ଲାଗୁଥିବା ଓ ଆତ୍ମୀୟତାର ସ୍ପର୍ଶରେ ବାଟ କଢାଇ ନେଉଥିବା ମୋ ଲକ୍ଷ୍ୟ ପଥର ଆରୋହୀ ତୁଲ୍ୟ,,

ଅଥବା ମୋ ମୌନତାର ନୀରବ ଚିତ୍କାର.....


ତୁମ ବିରହରେ ସତରେ, ମୋ ଅଥୟର ସୀମା ଲଂଘନ ଆଜି ଯେପରି!!

ଥରେ ଆସି ନିଳୀମା ବୋଲି କହି ମୋତେ କୋଳାଇ ଆଲିଙ୍ଗନ କରି ନିଅନ୍ତନି... ମୁଁ କାଳେ ଆବଦ୍ଧ ପଞ୍ଜୁରୀରୁ ମୁକ୍ତି ପାଇଯାନ୍ତି.........


Rate this content
Log in

Similar oriya poem from Romance