STORYMIRROR

Jyotirmoyee Mohanty

Children

4  

Jyotirmoyee Mohanty

Children

ଶୀତ-୮

ଶୀତ-୮

1 min
278


ଶୀତ ଆସିଛି ନୂତନ 

ବର୍ଷର ସ୍ୱାଗତ ଜଣାଇ,

ଶୀତ ଆସିଛି ଗଛରେ ଗଛରେ 

ପତ୍ରରେ ପତ୍ରରେ କାକରର ଥରା ବିନ୍ଦୁ ହୋଇ 

ଶୀତ ଆସିଛି ଗୋଲାପର ହସଧାରେ 

ଶୀତ ଆସିଛି କୋମଳ ଘାସ ଲତାରେ । 


ଶୀତ ଆସିଛି ଧାନକଟା ଛୁଟି ନେଇ 

ଶୀତ ଆସିଛି ସୁଦୂର ପଥର ଯାତ୍ରୀଟିଏ ହୋଇ 

ଶୀତ ଆସିଛି ଖ୍ରୀଷ୍ଟ ଧର୍ମାବଲମ୍ୱୀମାନଙ୍କ 

ଉତ୍ସବ ମୁଖର ହୋଇ 

ଶୀତ ଆସିଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ନେଇ 

ଶୀତ ଆସିଛି ସାନ୍ତାକ୍ଲୁସଙ୍କ ଉପହାର ହୋଇ ।


ଶୀତ ଆସିଛି ପୁଣି ଗୁଡ୍‍ ଫ୍ରାଇଡେ଼ ହୋଇ 

ଶୀତ ଆସିଛି କେତେ କଣ ନୂତନ ଆଶା 

ଉନ୍ମଦନାର ମୁରୁଜ ବୁଣି 

ଶୀତ ଆସିଛି ପ୍ରତ୍ୟେକଙ୍କ ଘରେ ଘରେ 

କରାଘାତ କରି ।  


ଶୀତ ଆସିଛି ଗରିବର ଝୋଲିରେ ମୁଠାଏ ଚାଉଳ ହୋଇ 

ଶୀତ ଆସିଛି ଧନୀମାନିର ଅଭିମାନ ହୋଇ 

ଶୀତ ଆସିଛି କଅଁଳ ଖରାର ଉଷ୍ମତା ହୋଇ 

ଶୀତ ଆସିଛି ଶୀତସକାଳର ଚାହା କପ୍‍ରେ

ଶୀତ ଆସିଛି ଚାହା କପକୁ ପ୍ରଥମ ଚୁମ୍ୱନରେ 

ଶୀତ ଆସିଛ ପୂଜାଥାଳିର ମହ ମହ ସୁବାସିତ 

ଫୁଲ ଚନ୍ଦନରେ 

ଶୀତ ଆସିଛି ସାକ୍ଷୀଟିଏ ହୋଇ 

ଚଉଁରା ମୂଳରେ ଦିକି ଦିକି 

ଜଳୁଥିବା ଦୀପଟିଏ ସାଜି ।


Rate this content
Log in

Similar oriya poem from Children