STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶହୀଦ ସ୍ମରଣେ

ଶହୀଦ ସ୍ମରଣେ

1 min
288


ଦଙ୍ଗା ହମଲାରେ ଶହୀଦ ହୁଅନ୍ତି

      ମୋ ମାଆର କେତେ ପୁଅ

ସାରା ଦେଶ ବାସୀ ଅଜାଡ଼ି ଦିଅନ୍ତି

      ସମ ବେଦନାର ଖିଅ।


ମାଟି ମାଆ ଝୁରେ ତା ଯୋଗ୍ୟ ସନ୍ତାନ

      ଲେଖା ହୁଏ ଇତିହାସ

ସ୍ୱାର୍ଥ ତ୍ୟାଗ ଆଉ ବଳିଦାନ କଥା

      କାଳ କାଳ ହୁଏ ବାସ।


ଗୋଟିଏ ତ୍ରିରଙ୍ଗା କୋଟି ଜନ ଗଣ

       ଅଖଣ୍ଡ ଭାରତ ପାଇଁ

ଯେଉଁ ମାନେ ଏବେ ଶହୀଦ ହୁଅନ୍ତି

       ସଫଳ ଜୀବନ ଜୀଇଁ।


ଏ ଦେଶ ଭାରତ ନୁହଇଁ ସାମାନ୍ୟ

       ମାଟି ପିଣ୍ଡୁଳାର ଦେଶ

ଯା ପାଣି ପବନ ଜୀବନେ କରିଛି

       ମାଆର ସୁରକ୍ଷା ଆଶ ।


ଶହୀଦ ମାନଙ୍କ ଆମର ଆତ୍ମାର

       ସଦଗତି କାମନା କରି

ଶ୍ରୀ ଜଗନ୍ନାଥଙ୍କ ଚରଣାର ବିନ୍ଦେ

       ପ୍ରଣତି ବାଢୁ ସବୁରି।


ଶହୀଦ ମାନଙ୍କ ବଳିଦାନ କେବେ

      ବ୍ୟର୍ଥ ଯାଇନି ଏ ଦେଶେ

ଗୋଟିଏ ମାଆର କୋଟିଏ ସନ୍ତାନ

      ଠିଆ ହେବେ ବୀର ବେଷେ।



Rate this content
Log in

Similar oriya poem from Action