STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶହୀଦ ଝିଅର ଇଚ୍ଛା

ଶହୀଦ ଝିଅର ଇଚ୍ଛା

1 min
480


ମାମା କୁହେ 

ମୁଁ କୁଆଡେ ବାପାଙ୍କର 

ଅବିକଳ ଛାଞ୍ଚ।


ବାପା ପରି

ସମସ୍ତ ଦୁଃଶାହସିକ କାର୍ଯ୍ୟ 

କରିବାରେ ସବୁବେଳେ ଆଗଭର।


କ୍ରିକେଟ ଠାରୁ ଆରମ୍ଭ କରି 

ବେସ୍ ବଲ୍ ପର୍ଯ୍ୟନ୍ତ 

ସବୁ ଖେଳରେ

ମୋର ଅସାମାନ୍ୟ ସାମର୍ଥ୍ୟ।


ସାଇକେଲ ହେଉ

 କି ବାଇକି

 ସବୁଥିରେ କୁଶଳୀ ଚାଳକ।


ବିଚକ୍ଷଣ ବୁଦ୍ଧି ସହ

ମେଧାବୀ ବି

ସମସ୍ତେ କୁହନ୍ତି "ବର୍ତ୍ତିକା"

ତା ବାପା ପରି ଗାଁ ଓ ମାଆର ନାଆଁ ରଖିବ।


ଯେଉଁ ବାପାର

ଅବିକଳ ଜେରେକ୍ସ କପି

ଯାହାଙ୍କର ସବୁ ଗୁଣ

ମୋ ଭିତରେ ଖୁନ୍ଦି ଖୁନ୍ଦି

ସେଇ ବାପାଙ୍କୁ ମୁଁ

ଦେଖିନି

ଜଣେ ଶହୀଦ ସୀମାନ୍ତ ସିପାହୀ ଝିଅ ମୁଁ

ବାପା ମୋ ଶହୀଦ ହୋଇଛନ୍ତି

ମୋତେ ଯେବେ ମାତ୍ର ଛଅ ମାସ।


ଭାରି ଇଚ୍ଛା ହୁଏ ବାପା

ପାପା ପାପା 

ଏ ସଂସାରର ସବୁଠୁ ସ୍ନେହର ମଧୁର ଶବ୍ଦ ଡାକିବାକୁ

ଦେଖିବାକୁ ତୁମ ମୁହଁ

ଗେଲ ହେବାକୁ ତୁମ ପାଖେ

ବାଇକି ଆଗରେ ବସି

ଦଶହରା ବୁଲିବାକୁ

ମୋ ସ୍କୁଲ ଫଙ୍କସନ୍ ରେ

ମୋ ଫରଫର୍ମାସ ଦେଖି

ତାଳି ମାରି ମୋତେ ପ୍ରୋତ୍ସାହିତ କରିବା

ଦୃଶ୍ୟ ଦେଖିବାକୁ

ତୁମ ହାତ ଧରି

ଭିଡରେ ଚାଲିବାକୁ।


ଭାରି ଇଚ୍ଛା ହୁଏ

ତୁମ ପକେଟରୁ

ପେନ୍ ଟାଣିବାକୁ ପାପା।



Rate this content
Log in

Similar oriya poem from Tragedy