ଶେଷ ଉପପାଦ୍ୟ
ଶେଷ ଉପପାଦ୍ୟ
ପବନ ଦୋଳିରେ ଆଉ
ଝୁଲିବାର ଯୁ ମୋର କାହିଁ ?
ଖୋଲା ଆକାଶର ନୀଳିମା
କଳ କଳ ଛଳ ଛଳ ନଈ
ମୋ ପାଖରେ ଏବେ ଆଉ ନାହିଁ I
ମୋତେ ବାନ୍ଧି ଦେଇଛି ଦୁନାଆ
କି ମୁଁ ନିଜ ହାତେ ନିଜକୁ ବାନ୍ଧିଛି,
ଝର୍କା ଖୋଲି ଦେଇ ଖାଲି
ଆକାଶର ଶୂନ୍ୟତା ଦେଖୁଛି I
କାହିଁକି ପଛକୁ ଆଉ ଫେରାଇବି ପାଦ,
ଆଗକୁ ଚାହଁ ଦେଖୁ ଦେଖୁ
ସରିଯିବ ସମ୍ପୂର୍ଣ୍ଣ ଆୟୁଷ
ଭାବୁଛି ଏବେ ତିଆରିବି
ଜୀବନର ନୂଆ ଏକ ଛନ୍ଦ I
ମୁଁ ଆଉ ମୁଁ ହୋଇ ନାହିଁ
କିଏ କିଏ ମୋତେ ସବୁ ଦେଲେଣି ମେଲାଣି,
ଦୁନିଆଁ ଦାଣ୍ଡରେ ଦେଖ
ମୋର ଏକ ଛାଇ ଦିଶିଲାଣି I