ଜଙ୍ଗଲ ନିଆଁ
ଜଙ୍ଗଲ ନିଆଁ


କେଜାଣି କାହିଁକି ଏ ମଣିଷ ଆଜି
ଏତେ ସ୍ୱାର୍ଥପର ସାଜେ,
ନିଜ ସ୍ୱାର୍ଥଛଡ଼ା ଦିଶୁନାହିଁ କିଛି
ନିଜ ବୈରୀ ହୁଏ ନିଜେ |
ସୃଷ୍ଟି ସଂଚାଳନ ପାଇଁ ଯେ ଈଶ୍ୱର
ପ୍ରକୃତି କଲେ ଉତ୍ପତ୍ତି,
ନିଜ ସ୍ୱାର୍ଥପାଇଁ ଏ ମଣିଷ ଆଜି
ଜାଳୁଛି ଦୈବୀ ସମ୍ପତ୍ତି |
ଅଧିକାର ନାହିଁ କେଉଁ ମାନବର
କାହାକୁ ଦେବାକୁ ଦୁଃଖ,
ଜଙ୍ଗଲ ଜଳିଲେ ପ୍ରଳୟ ଆସିବ
ପ୍ରକୃତି କରିବ କୋପ |
କେତେଯେ ବିପତ୍ତି ସୃଷ୍ଟିକୁ ଆସୁଛି
ସବୁ ଦେଖି ହୁଏ ଅନ୍ଧ,
ସବୁଜାଣି ଘୋର ସଙ୍କଟ ଡାକୁଛି
ମନରେ ନରଖି ଦ୍ୱନ୍ଦ |
ସେଦିନ ଆସିବ ଯେଉଁଦିନ ସବୁ
ଜଙ୍ଗଲଟି ହେବ ପ
ଦା,
ହିଂସ୍ର ପାଲଟିବେ ବନ୍ୟ ଜୀବଜନ୍ତୁ
ବାସହରା ହୋଇ ସଦା |
ମଣିଷ ଆହାର ଭୁଞ୍ଜିବେ ସେ ନୀତି
ଗାଆଁ ସହରକୁ ଆସି,
ସେତେବେଳେ ବୁଦ୍ଧି କାମ ନକରିବ
ପ୍ରମାଦ ଗଣିବ ବସି |
ତାତିବ ଧରଣୀ ଡହଡହ ହୋଇ
ଫାଟିବ ଧରିତ୍ରୀ ଭୂଇଁ,
ଅଗ୍ନି ଉଦ୍ଗିରଣ ଭୂମିରେ କମ୍ପନ
ସୁନାମି ଆସିବ ଧାଇଁ |
ସବୁଜାଣି ଏଇ ଅନ୍ଧ ଦୁନିଆଁରେ
ଚେତନା ଜାଗ୍ରତ ନାହିଁ,
ଆଉ କି ବିପତ୍ତି ଆସିବା ପାଇଁକି
ପ୍ରତୀକ୍ଷା କରିଛି ରହି |
ସୁଧୁରି ଯାଅରେ ମାନବ ସମାଜ
ଡାକନା ମହା ବିପତ୍ତି,
ଜଙ୍ଗଲ ନିଆଁକୁ ଆୟତ୍ତକୁ ଆଣି
ବଞ୍ଚାଅ ଭୂମି ସମ୍ପତ୍ତି |