ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ


ଭ୍ରମାଦ ପୂର୍ଣ୍ଣ ଜଗତ ମିଥ୍ୟା ମାୟା
ପରିବାର ଆତ୍ମୀୟସ୍ୱଜନ
ସୁଖଭୋଗ ମାୟା ମରିଚୀକା,
ସଙ୍କୁଚିତ ଦୃଷ୍ଟିକୋଣ ଏ ଜଗତେ ମେଣ୍ଟେନାହିଁ
ଆଶା ଓ ପିପାସା
ଉନ୍ମୋଚିତ ହୁଏ ନାହିଁ ସତ୍ୟ,
ରତ୍ନାକର ବଲ୍ମିକରେ ଘୋଷେ ମରା ମରା
ରାମାୟଣେ ରୂପ ପାଏ ସତ୍ୟ ରାମ କଥା ।
ଝଡ଼ ଝଞ୍ଜା ଜଞ୍ଜାଳରେ ହେଉଥାଏ ଦହଗଞ୍ଜ
ଜୀବନ ଏ ସଂସାରେ ସତତ
ହେଉଥାଏ ସତ୍ୟ ଶିବ ସୁନ୍ଦରର
ଚିରନ୍ତନ ଉଦ୍ଧାର ଓ ଉନ୍ମେଷ
ପଥ ସଦା ରହିଥାଉ ସତ୍ୟ ର ଉନ୍ମୁକ୍ତ ।
ସତ୍ୟ ଧର୍ମ ସତ୍ୟ ହିଁ ଈଶ୍ୱର
ସତ୍ୟ ପୂଜା ସତ୍ୟ ହିଁ ପ୍ରତିଷ୍ଠା,
ବଶୀଭୂତ ଜୀବନ ନ ଭ୍ରମୁ ନର୍କରେ
ଐଶ୍ୱର୍ଯ୍ୟ ଇନ୍ଦ୍ରିୟ ସୁଖ ଏ ଜଗତ ମିଥ୍ୟା,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ମହାବାକ୍ୟ ନହେଉ ଅନ୍ୟଥା
ସତ୍ୟର ହେଉ ଉଦ୍ଧାର
ସତ୍ୟ ସଦା ହେଉଥାଉ ରକ୍ଷା ।