ସୁମିଷ୍ଟ ଜହର
ସୁମିଷ୍ଟ ଜହର
ଝରି ପଡୁଛି ଖରାର ନିଆଁ ଝୁଲ
ଗଛରେ ପତ୍ରରେ ଫୁଲରେ ଫଳରେ
ଜହରର ମିଠା ମିଠା ସ୍ୱାଦ
ମୋ ଭିତରେ ବହିଲାଣି ଅଣଚାଷ ବାଆ I
ପବନ ଦୋଳିରେ ଆଉ
ଝୁଲିବାର ଯୁ ମୋର କାହିଁ
ଖୋଲା ଆକାଶ,
କଳ କଳ ଛଳ ଛଳ ନଈ
ମୋ ହାତରେ ଏବେ ଆଉ ନାହିଁ I
ମୋତେ ବାନ୍ଧି ଦେଇଛି ଦୁନିଆ
କି ମୁଁ ନିଜ ହାତେ ନିଜକୁ ବାନ୍ଧିଛି,
ଝର୍କା ଖୋଲି ଦେଇ ଖାଲି
ଆକାଶର ନୀଳିମା ଦେଖୁଛି I
କାହିଁକି ଆଗକୁ ଆଉ ବଢାଇବି ପାଦ
ପଛକୁ ଦେଖୁ ଦେଖୁ
ସରିଯିବ ସମ୍ପୂର୍ଣ୍ଣ ଆୟୁଷ
ବିଷବଳୟରେ ମୋତେ ଜୀଇଁବାକୁ ହେବ I
ମୋତେ ଥରେ ଚାହିଁ ଦେଖ
ମୁଁ ଆଉ ମୁଁ ହୋଇ ନାହିଁ
ଦୁନିଆ ଦାଣ୍ଡରେ ଏବେ
ମୋର ଏକ ଚଳମାନ ଛାଇ ଦିଶିଲାଣି I