STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ରହିଯା ସମୟ

ରହିଯା ସମୟ

1 min
214


ରହିଯା ସମୟ ଆଉ କିଛି କ୍ଷଣ

   ନୟନ ପୁରାଇ ଦେଖେ

କେତେ ମିଶାଇଲି କେତେ ମୁଁ ଫେଡିଲି

   ହରଣ ଗୁଣନ ସାଥେ ।।


ଦିନେ ତ ଆସିଛି ଦିନେ ଯିବି ଚାଲି

   ଯିବେନି ତ ସାଥେ କେହି

ତଥାପି କାହିଁକି ମୋହ ଛାଡୁନାହିଁ

   ମଣିଷ ଜନମ ନେଇ ।।


ମନେ ପଡୁଅଛି ମାଆ କୋଳ ଖେଳ

    ବାପାଙ୍କ ଶାସିନି କଥା

ଲେଖି ଦେଇଯାଏ ଦି'ପଦ ସେଥିରୁ

   ଯାହା ମୋ ଜୀବନ ଗାଥ ।।


ଜୀବନ ଧାଉଁଛି ଜୀବିକା ପଛରେ

   ତା ପଛେ ଧାଏଁ କରୋନା

ଖାଲି ଛକି ଶୂନ ବାଟ ଘାଟ ଶୂନ୍ୟ

   ମୋତେ ଛୁଇଁବାକୁ ମନା ।।


ମିଛ ମିଛ ସିନା ସବୁ ଏଠି ମିଛ

   ତୋ ଜନମ ଅଟେ ସତ

ସେ ସତରୁ ଟିକେ ପରଖି ନେଏରେ

   ମତେ ମିଳିଯାଉ ମୋକ୍ଷ ।।


 


Rate this content
Log in

Similar oriya poem from Tragedy