ରହିଯା ସମୟ
ରହିଯା ସମୟ
ରହିଯା ସମୟ ଆଉ କିଛି କ୍ଷଣ
ନୟନ ପୁରାଇ ଦେଖେ
କେତେ ମିଶାଇଲି କେତେ ମୁଁ ଫେଡିଲି
ହରଣ ଗୁଣନ ସାଥେ ।।
ଦିନେ ତ ଆସିଛି ଦିନେ ଯିବି ଚାଲି
ଯିବେନି ତ ସାଥେ କେହି
ତଥାପି କାହିଁକି ମୋହ ଛାଡୁନାହିଁ
ମଣିଷ ଜନମ ନେଇ ।।
ମନେ ପଡୁଅଛି ମାଆ କୋଳ ଖେଳ
ବାପାଙ୍କ ଶାସିନି କଥା
ଲେଖି ଦେଇଯାଏ ଦି'ପଦ ସେଥିରୁ
ଯାହା ମୋ ଜୀବନ ଗାଥ ।।
ଜୀବନ ଧାଉଁଛି ଜୀବିକା ପଛରେ
ତା ପଛେ ଧାଏଁ କରୋନା
ଖାଲି ଛକି ଶୂନ ବାଟ ଘାଟ ଶୂନ୍ୟ
ମୋତେ ଛୁଇଁବାକୁ ମନା ।।
ମିଛ ମିଛ ସିନା ସବୁ ଏଠି ମିଛ
ତୋ ଜନମ ଅଟେ ସତ
ସେ ସତରୁ ଟିକେ ପରଖି ନେଏରେ
ମତେ ମିଳିଯାଉ ମୋକ୍ଷ ।।