Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ତୁମ ବିନା ଭଲ ଲାଗେନା

ତୁମ ବିନା ଭଲ ଲାଗେନା

1 min
262


ତୁମ ବିନା କିଛି ଭଲ ଲାଗେନା ଗୋ

ମୋ ଘର ଅଗଣା ଆଜି 

ନିର୍ଜନତା କୋଳେ ଉଦାସ ଖେଳୁଛି

ନେତ୍ର ନୀରେ ଭିଜି ଭିଜି ।

କଳା କୋଟ୍ ପିନ୍ଧି ରଜନୀ ବୁଲୁୁୁଛି

ଦିଶେନା ଚାନ୍ଦର ମୁଖ

ମଳୟ ବାନ୍ଧିିିଛି ଶିତଳ ତୋରଣ

ତଥାପି ଲାଗେନା ସୁଖ ।

ରଙ୍ଗର ଫୁଆର ଭାସୁଛି ଧରାରେ

ଋତୁପର୍ଣ୍ଣୀ ଦିଶେ ମହୀ

ପ୍ରକୃତି ରାଣୀଟା ଫୁୁଲ ଶେଯ ପାତି

କରିବାକୁ ଚାହେଁ ବାଇ ।

ବିଦାୟ ମେଲାଣି ପୌଷ ମାଘ ଶୀତ

ଆସିଛି ଫଗୁଣ ବେଳା

ତୁମ ବିନା ସାଥୀ ଜୀବନ ଅଧୁରା

ବିନା କୂୂୂଳେ ପ୍ରୀତି ଭେଳା ।

ରଙ୍ଗ ଛୁଏଁ ନାହିଁ ତନୁ ମନ ମୋର

ଭାବନା ବେରଙ୍ଗ ପରି

ଫିକା ଫିକା ଲାଗେ ଫଗୁଣ ବାସନା

କେହି ନୁହେଁ ତୁମ ସରି ।



Rate this content
Log in