ସଂକ୍ଷିପ୍ତ ପୃଷ୍ଠା
ସଂକ୍ଷିପ୍ତ ପୃଷ୍ଠା
ଆଜି ସେପ୍ଟେମ୍ବର ମାସର
ଶେଷ ଦିନ ;
ଲାଗିରହିଛି ଲଘୁଚାପ ଜନିତ
ଲଗାଣ ବର୍ଷା ।
ଅନଲକ୍- ୫ ଘୋଷଣା ;
କିଛି ଲାଘବ ହୋଇଛି
କୋଭିଡ-କଟକଣା ।
ରାଜ୍ୟରେ ଏଣିକି ହେବ ଆଇନ ଉଲ୍ଲଂଘନ ଦଣ୍ଡବିଧି କଡାକଡି,
ଦୁଇ ବର୍ଷ ଜେଲ ଏବଂ ଏକ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ,
ବିଧାନସଭାରେ ପାରିତ ହେଲା ବିଲ୍ ।
ବ୍ୟତିକ୍ରମ କିନ୍ତୁ ସର୍ବତ୍ର ସ୍ପଷ୍ଟ ।
ରାତି ନ ପାହୁଣୁ
ଆମ ପଡିଶା ଘର ନଡାଛପର
ଏବଂ ଟିଣ ଛାଉଣୀ ଘର ଉପରେ
ଶୁଭୁଚି ଦୁଲଦାଲ୍ ଶବ୍ଦ,
ଡିଆଁ ଡେଇଁ କରୁଛନ୍ତି ବେପରୁଆ
ମାଙ୍କଡ ପଲ,
ନାଁ ଅଛି କାହାକୁ କିଛି ଖାତିର
ବା ଡରଭୟ ।
ଏତେ ବର୍ଷା ଝଡ଼ିରେ ବି ବାଡି ବଗିଚା
ଗଛପତ୍ର,ଫଳ,ପନିପରିବା
ସବୁ କିଛି ସଫା ।
ଅଗଣାର ବାଡବତା, ଆସବାବପତ୍ର ଛିନଛତ୍ର,
ମୁଣ୍ଡ ଉପରେ ଛପରଛାଉଣୀରେ
ଏବେ ଅସଂଖ୍ୟ ଛିଦ୍ର,
ଆତଙ୍କର ଅଭିନବ ହୁଙ୍କାରରେ
ଅତିଷ୍ଠ କୋଣ ଅନୁକୋଣ,
ମାଙ୍କଡ ମାନଙ୍କୁ ଘଉଡେଇବାର ସମସ୍ତ ଉପକ୍ରମ,
ପିଲା କବିଲାଙ୍କ ହୋ ହା
ସବୁ ବ୍ୟର୍ଥ ;
କେବଳ ପଡୋଶୀ ବିଚରା ରାମ ବେହେରା କାହିଁକି
ଆମେ ସମସ୍ତେ ଆଜି ନିରୂପାୟ ।
--------------
