ପ୍ରୀତି ଦୁର୍ଲଭା
ପ୍ରୀତି ଦୁର୍ଲଭା


ସତରେ କେତେ ଦିନ ପରେ ଦେଖା
ତୁମେ କେତେ ଅସୁସ୍ଥ
କାହିଁକି କ'ଣ ହୋଇଛି ?
ଯତ୍ନବାନ ହୁଅ
କହିବାକୁ ମୁଁ ଅଧିକାର ହରାଇଛି ,
ମୁଁ ଅଜାତି , ରଙ୍ଗ ବୈଷମ୍ୟ ଚକ୍ରାନ୍ତେ ପୀଡ଼ିତ ।
ଟିକିଏ ଦୂରତା ରଖ !
ତୁମେ ଶୁଦ୍ଧ ବୈଷ୍ଣବ ବ୍ରାହ୍ମଣ
ତୁମ ଚାରିପଟେ ଚତୃବେଦ
ବଳୟ ରେଖା ପାରି କଲେ ଧ୍ୱଂସ !
ଆରେ , ଶୁଣ
ତୁମେ ଏତେ ଅଭିମାନେ କୁହନା .....
ମୁଁ କଣ ମୋ ଇଛାର ମାଲିକ
ପରିସ୍ଥିତିର ଦାସତ୍ୱ ରେ ବନ୍ଧା
ନିଜକୁ ବିକ୍ରୀ କରିଛି
ମୋର ଅନ୍ତରାତ୍ମା କ'ଣ କଷ୍ଟ ଦେଇ ଖୁସି ?
ତୁମେ ଦେଖି ପାରୁନ ତୁମ ପ୍ରତି ଶ୍ରଦ
୍ଧା
ସ୍ନେହ , ପ୍ରେମ
ମୁଁ ଯେ ପୁରୁଷ ,ମୋ ଦୁଃଖ ବାଢ଼ି ପାରେନା
ତୁମେ ନାରୀ ଲୋତକ ଗଙ୍ଗା
କେତେ ଅକୁହା କଥା ମନ ତଳେ
ତିରିଶ ବର୍ଷ ହେଲା ଜମାଟ ବାନ୍ଧିଛି ......
ତୁମଠୁ ଅଲଗା ପରେ ସ୍ଥାଣୁ ପାଲଟିଛି ।
ଘରର ମେରୁ ଦଣ୍ଡ ବୋଲି .....
ମୁଁ ତୁମ ପାଇଁ ପ୍ରେମର ମନ୍ଦିର
ତୋଳି ପାରିଲିନି ସତ
ହେଲେ , ମୋ ପ୍ରେମ କୋଟି ସୌନ୍ଦର୍ଯ୍ୟ ରେ
ଗଢା କୋଣାର୍କ ଠାରୁ କିଛି କମ୍ ନୁହେଁ ।
ତୁମର ପାଣିଗ୍ରହଣ କର ପାରିନି
କିନ୍ତୁ ଆଉ କାହାକୁ ତୁମ ସ୍ଥାନରେ ଜାଗା
ଦେଇନି ।
ଏବେ ବି ମୁଁ ତୁମର ସେଇ
ଅବୋଧ ପ୍ରିୟତମ ......