STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ସମୟର ମହାକାଳ

ସମୟର ମହାକାଳ

1 min
171


ସମୟର ମହାକାଳ

  ଦିଗହରା ହୋଇ ଜୀବନ ପହଁରେ

  ପାଏନାହିଁ ଥଳକୂଳ ।।

କେବେ କାଳ ରାତ୍ରି  କେବେ ଆଣେ ଭୀତି

  ରହସ୍ଯମୟ ସେ ଖେଳ

କେବେନିଏ ବାନ୍ଧି କେବେଦିଏ ଛନ୍ଦି

   ବେଳ ଗିଳିଦିଏ ବେଳ ।।

ପାପ ନାଶିବାକୁ ପାପୀ ତାରିବାକୁ

   ମହାକାଳ ରୂପଧରି

ସେ ଶିବ ଶଙ୍କର ନେଲେ ଅବତାର

   ବିଷ୍ଣୁଙ୍କୁ ସ୍ମରଣ କରି ।।

ବନ୍ଯା ପ୍ଲାବିତ କରିଲେ ଧରଣୀ

   ସାଧୁ ସନ୍ଥ ଦେଇ ଆଶ୍ରା

ପୁଣ୍ଯ ବାରିଧାରା ବରଷି ରଚିଲେ

   ନୂତନ ସୃଷ୍ଟିର ଆଶା ।।

ଅତୀତ ଛିଡିଛି  ଅଧୁନା ଝୁଲୁଛି

   ଉତ୍ତରର ନାହିଁ ମୂଳ

ମହାକାଳ ଏବେ କରୋନା ସାଜିଛି

   ମୂଲ୍ଯହୀନ ରାଶିଫଳ ।।

ଆସେ ଯେବେ କାଳ  ଧରି ସାଥି ମେଳ

    ଶିଖାଏ ଜୀଇଁବା ଶିକ୍ଷା

ଜୀବ ଥାଉ ଥାଉ  ସେ ଅଙ୍କ କଷିଲେ

   ଭାଗଶେଷ ହେବ ଫାଙ୍କା ।।

ସମୟଟା ସତ୍ଯ ପ୍ରଭୁ ହିଁ ଶାଶ୍ବତ

   ସଂସାର ହିଁ ମାୟାଜାଲ

ସତ୍ଯ,ଧର୍ମ,ନ୍ଯାୟ  ହୋଇଲେ ବିଲୟ

   ଘୋଟିଯାଏ ମହାକାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy