ଅନୁଚିନ୍ତା
ଅନୁଚିନ୍ତା
ଷଢେ଼ଇକଳା ଓ ଖରସୁଆଁ ଗଲା
ସିଂହଭୂମି କାଳିମାଟି,
ବିଜୟନଗର ବିଶାଖାପାଟଣା
ଆନ୍ଧ୍ର ସୀମାରେ ରହିଛି ।
କୋଟିଆ ସହିତ ସୀମାବର୍ତ୍ତୀ ଗ୍ରାମେ
ଆନ୍ଧ୍ର ଆସୁଅଛି ପଶି
ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗବଙ୍ଗ ବି
ଓଡ଼ିଶା ସୀମା ଲଙ୍ଘୁଛି ।
ଠକିନିଏ କିଏ ପାଦତଳୁ ମାଟି
ପାଣି ଖଣି ଓ ଖାଦାନ
ଅସୁରକ୍ଷ ହୁଏ ବେଳା ଉପକୂଳ
ପଦା ଚରାଭୂମୀ ବନ ।
ଅନୁପାଳୁ ଜନ ରାଷ୍ଟ୍ରୀୟ ମର୍ଯ୍ୟାଦା
ପରାକ୍ରମ ସରହଦେ
ଜବରଦଖଲ ଅନୁପ୍ରବେଶକୁ
ନିନ୍ଦ ଦମ ଦୃଢ଼ ହସ୍ତେ ।
ଅପାର ସମ୍ପଦ ପରିପୂର୍ଣ ଭୂମି
ଉର୍ବରା ଅତୂଲ୍ୟ କଳା
ନୃତ୍ୟ ଗୀତ ଛନ୍ଦ ଭାଷା ସାହିତ୍ୟରେ
ଓଡ଼ିଶା ଗୁରୁ ଅନନ୍ୟା ।
ଚଳୁ ନନ୍ଦିଘୋଷ ସ୍ୱଚ୍ଛଳ ସ୍ୱଚ୍ଛନ୍ଦେ
ଭରସା କାଳିଆ ଡୋରି
ଫେରିଆସୁ ଆମ ଗୈ।ରବ ହୃତ
ସମୁଜ୍ଜ୍ୱଳ ସୁଖ ଶିରୀ ।
