STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

ମରିବା ପରର ସତ୍ୟ

ମରିବା ପରର ସତ୍ୟ

1 min
205


ମରିଗଲା ପରେ

ଲୁହ ଗଡେଇବେ

ସାଥିରେ କେହି ନ ଯାଆନ୍ତି

ଜନମ ହେଇଛ ମରିବ ତ ଦିନେ

ସଭିଏଁ ଏଇ କଥା କୁହନ୍ତି ।


କାନ୍ଦିବା ପାଇଁ

ଲୋକ ମିଳିଯିବେ

ଏ କଥାଟିକୁ ସଭି ଜାଣନ୍ତି

ମଶାଣି ନେଇ ପୋଡ଼ି ସାରି

ଆଉ କିଛି ନାହିଁ ବୋଲି କୁହନ୍ତି ।


ସ୍ତ୍ରୀ ବାଟ ଘର

ପୁଅ ମଶାଣି

ସାଥିରେ ତୁମର ବାଟ ଯାଆନ୍ତି

ମରିଗଲା ପରେ ଗୁଣ ଗାଇବାକୁ

ଲୋକ କିଛି ପୁଣି ଧାଇଁ ଆସନ୍ତି।  


ଦଶା ଖାଇବାକୁ

ଲୁଗା ପିନ୍ଧି ବାକୁ

ବନ୍ଧୁ ସବୁ ପୁଣି ଚାଲିଆସନ୍ତି

କିଛିଦିନ ପରେ ସବୁ ଭୁଲିଯିବେ

ମିଛ ଟାରେ ପାଣି ଗଡାନ୍ତି ।


ଯେବେ ବଞ୍ଚି ଥିବ

ଦୁଃଖେ ରହି ଥିବ

ଦୁଃଖକୁ କେହି ନ ସୁଣନ୍ତି

ସାହାଯ୍ୟ ତାଙ୍କୁ ଯଦି ମାଗ କେବେ

ବାହାନା ଦେଖେଇ ନ କରନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy