Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

3  

Bijay Prusty

Tragedy

ତିନିପାଦରେ ଜୀବନ

ତିନିପାଦରେ ଜୀବନ

1 min
207



ଅଙ୍କା ବଙ୍କା ଚଲା ରାସ୍ତା

ଖାଲ ଖମା ଉଠାଣି ଗଡାଣି

ପରିଚିତ ସ୍ୱର ସବୁ

ଧିରେ ଧିରେ ପର କରିଲେଣି

ଚାଲି ଚାଲି ସରେନାହିଁ ବାଟ

ପାଦ ଦୁଇ ଅବଶ ଲାଗୁଛି

କେତେ ଆଉ ଚାଲିବି ଯେ

ଦିଗବଳୟ ଫର୍ଚ୍ଚା ଦିଶିଲାଣି I

କିଚିରି ମିଚିରି ସ୍ୱର ଶୁଭିଲାଣି

ପକ୍ଷୀଙ୍କର ଖୁସି କଳରବ

ମୋ ଭିତରେ ଅନ୍ଧାରର ଭିଡ

ପ୍ରାଚୁର୍ଯ୍ୟର ଅଭାବୀ ବିଭବ I

ଝରକା ଦେଇଛି ଖୋଲି

ଆକାଶର ନାଲି ନାଲି ଆଖି

ପବନ ଆଣୁନି ସାଥେ ଫୁଲର ସୁରଭି

ବାହାର ଭିତର ସବୁ ପରିଷ୍କାର

ସୂର୍ଯ୍ୟୋଦୟ ଦେଖି ହେଉ ନାହିଁ

ଏ ଯାଏ ଭାଙ୍ଗୁନି ନିଦ

ଆଳସ୍ୟ ତ ନୁହେଁ

ମୋହ ମାୟା ଜାବୁଡି ଧରିଛି I



Rate this content
Log in

Similar oriya poem from Tragedy