STORYMIRROR

Debabrata Mishra

Tragedy Classics Inspirational

3  

Debabrata Mishra

Tragedy Classics Inspirational

ହେ କୃଷ୍ଣ

ହେ କୃଷ୍ଣ

1 min
145

ହେ କୃଷ୍ଣ

ପୂଣ୍ୟଠାରୁ ବହୁଦୂରେ ପ୍ରଭୁ 

ଭକ୍ତିଠାରୁ ବହୁଦୂରେ ପ୍ରଭୁ

ତୁମ ଦରଶନ ଦିଅ ହେ 

ତୁମ ସହ ସାକ୍ଷାତ ଚାହେଁ ପ୍ରଭୁ 

ଥରେ ତୁମେ ଚାହଁ ହେଁ ଶ୍ରେଷ୍ଠପ୍ରେମିକ, 

ପ୍ରେମଠାରୁ ବହୁଦୂରେ ପ୍ରଭୁ

ପାପୀ ପଛେ କରିଦିଅ ହେ

ମୋତେ ଟିକେ ଆଦରିନିଅ ପାଖକୁ ଡ଼ାକ

ତୁମବିନା ବ୍ୟର୍ଥ ଏ ଶରୀର ମନ ଓ ବିବେକ ।


ହେ କୃଷ୍ଣ

ଧର୍ମଠାରୁ ବହୁଦୂରେ ପ୍ରଭୁ

କର୍ମଠାରୁ ବହୁଦୂରେ ପ୍ରଭୁ

ତୁମ ସହ ଟିକେ କଥା ହେବାକୁ ଦିଅ

ତା'ବଦଳରେ ଯେତେ ପରୀକ୍ଷା ନିଅ

ବାସ୍ତବରେ ନ ହେଉ ସପନରେ ଆସି କିଛି କୁହ

ତୁମେ ସ୍ୱପ୍ନବଣିକ ପ୍ରଭୁ

ମୋ' ସପନକୁ କିଣିଦିଅ ମୋତେ ବିକି

ତୁମେ ହିଁ ତ ସପନ ସର୍ଜକ ଭାବନାର ଭେକ

ତୁମବିନା ଅସ୍ଥିତ୍ଵ ଶୂନ୍ୟ ଭିକ ମିଳିଲେ ବି ଦୁଃଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy