STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

‌ କୁହାହେଇନି କିଛି କଥା

‌ କୁହାହେଇନି କିଛି କଥା

1 min
195

ମନରେ ନାହିଁ ଆବିଳତା

ଲେଖିବାକୁ କିଛି କଥା

ହୃଦୟ ଭିତରେ ଅନେକ ବ୍ୟଥା

ଫୁଟାଇବା ପାଇଁ ନାହିଁ ଭାଷା

କେଉଁଠୁ ଆରମ୍ଭ କେଉଁଠି ଶେଷ

ଜାଣି ମୁଁ ପାରୁନି ଏହାର ଭାଗ

ଅତୀତ ର ସ୍ମୃତି କୁ ସାଉଁଟି ଅଛି

ଛାତିର ସ୍ପନ୍ଦନ ବଢି ଯାଉଅଛି

ଅକୁହା ବେଦନା କାହାକୁ କହିବି

କେହି ତ ନାହିଁ ଏପରି ସାଥି

 ଗୋଲାପ ଫୁଲଟି ମ‌ଉଳି ଯାଉଛି

ସେଥିରେ କିବା ଆଉ ସରାଗ ଅଛି

‌ହାତ ଗୋଡ଼ ସବୁ ଅବଶ ଲାଗୁଛି

ଚିଡିଚିଡା ପଣ ବଢିତ ଯାଇଛି

ସମ୍ପର୍କ ଭିତରେ ଛଳନା ପଶିଛି

ଏଥିପାଇଁ ପାଇଁ ମନ ଭାଙ୍ଗି ତ ଯାଉଛି

ଗୁରୁଜନ ଭାବି ସେବା ତ କରିଛି

ଉପହାସ ଭରା କଟାକ୍ଷ ଶୁଣିଛି

ସମ୍ପତ୍ତି ଲୋଭଟା ହୋଇଛି ବଡ଼

ସମ୍ପର୍କ ଭାଙ୍ଗୁଛି ହୋଇ ଗଡ଼ ଗଡ଼

ସମ୍ପର୍କ ର ମୂଲ୍ୟ ସମାଜେ ନାହିଁ

ବିଶ୍ବାସ ରେ ବିଷ ଭରିଛି ରହି

ପ‌ଇସା ଏଠି କହୁଛି କଥା

ମନରେ ଆସେ ଅନେକ ବ୍ୟଥା

ସତ୍ୟ ନ୍ୟାୟ କୁ ଜାବୁଡି ଧରି

ଚାଲୁଛି ସଂସାରେ ଏହାକୁ ନେଇ

ମନଟି ଅବଶ ଭାରି ଲାଗୁଛି

କଲମ ମୋର ଥକି ଯାଉଛି

ଅଟକି ଅଟକି ଲେଖୁଛି ଖାଲି

କୁହାହେଇନି କିଛି କଥା ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy