STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ଚାଟୁକାର

ଚାଟୁକାର

1 min
226

ମିଛ ଅଭିନୟ କେତେ କରିବ?

ସମସ୍ତେ ଜାଣନ୍ତି ତୁମର ଔଦ୍ଧତ୍ୟ

ପାରୁଛ ଯଦି ନିଜକୁ ଥରେ

ଆଇନା ଆଗରେ ପଚାରି ଦେବ।


ଚାଟୁକାର ହୋଇ ପଛରେ ପଡ଼ନ୍ତି

ଈର୍ଷାରେ ସେମାନେ ସବୁବେଳେ ଜଳନ୍ତି

ଲୁଚି ଲୁଚି ତୁମ ବିରୁଦ୍ଧ ହୋଇ

ମୁହଁ ଉପରେ ଭଲେଇ ହୁଅନ୍ତି।


ସମୟର ଛାଟ ବାଜିବ ଯେବେ

ଛାଡ଼ି ଯିବ ଛଇ ବସି ଭାବୁଥିବ

ଏକା ନିଜକୁ ଭାବନ୍ତି ଚାଲାକ

ଅଧିକ ଚାଲାକ କାଉ କ'ଣ କରେ

କଥାଟି ନିଶ୍ଚୟ ମନେ ରଖିଥିବ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy