Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

3  

Bijay Prusty

Tragedy

ବର୍ଷା ଓ ବସନ୍ତ

ବର୍ଷା ଓ ବସନ୍ତ

1 min
157



ମୋ ଲୋଡିବା ପଣରେ

ଆକାଶ ତ ଉଛୁଳିଲା ନାହିଁ,

ସମୁଦ୍ର କୂଳରେ ଖୋଜୁଥିଲି 

ମୋ ହଜିଲା ପାଦଚିହ୍ନ,

ଲହଡିକୁ ପଚାରିଲି

ଦେଖିଛୁ କି ନାହିଁ ? 


ମୋ ଓଦା ଓଦା ପାଦଚିହ୍ନ

ସଖୀ ସହ ବୁଲି ବୁଲି

ଛାଡି ଯାଇଥିଲି ବାଲୁକା ଶେଯରେ

ପବନରେ ମିଶିଥିଲା

ତା ଦେହର ମଧୁଗନ୍ଧ

ଯାହାକୁ ମୁଁ ସାଥେ ନେଇନାହିଁ I


ସେ କହିଲା 

ତୁମେ ବୋଧହୁଏ କବିଟିଏ,

ସମୟ ନଈରେ ହଜାଇ ଦେଇ

ମିଛଟାରେ ଏଠି ଆସି

ଖୋଜିହୁଅ ହଜିଲା ଅତୀତ,

ତୁମ୍ କଣ ଜାଣନାହିଁ ? 

ଦୁଇଟି ଅଲଗା ଋତୁ

"ବର୍ଷା ଓ ବସନ୍ତ"

    


Rate this content
Log in

Similar oriya poem from Tragedy