Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ଅଧୁରା ପ୍ରେମ

ଅଧୁରା ପ୍ରେମ

1 min
248



କିଛି କଥା ପ୍ରିୟ 

ରହିଗଲା ବାକି

ସମୟ ତ ହେଲା ନାହିଁ

ଯେଉଁ ଦୁଇ ପଦ 

କଥା ହେଉ ଥିଲି

ମନ ପଛେ ଟାଣୁ ଥାଇ ।

ହାଟ ମଝିଟାରେ 

ଅଚାନକ ଦେଖା

ଚାହିଁ ଥିଲେ ପରା ଲୋକ

ସିଏ କି ବୁଝିବେ

ଦୀର୍ଘ ଦିନେ ଦେଖା

ସେଥିରେ କେତେଟା ଭୋକ ।

କେତେ ଲୋକଙ୍କର

ସନ୍ଦେହ ଆଖିଟା

ଘୁରୁ ଥିଲା ନିଆଁ ପରି

କହିବା କଥାଟା

ଗଳାରେ ଅଟକେ

ମନ ଯାଉ ଥିଲା ମରି ।

ତୁମ ଆଖିକୁ ମୁଁ 

ଆଖି ନମିଶାଇ

ଭୂମି କଲି ବିଦାରିତ

ମୋ ଅନ୍ତର ସ୍ନେହ

ଉତ୍ସର୍ଗ ନକରି

ସାଜିଛି ଯନ୍ତ୍ରଣା ସ୍ରୋତ ।

ଚିର ଦିନ ପାଇଁ 

ସ୍ମୃତି ପାଲଟିଲା

ହାଟ ହେଲା ପ୍ରେମ ଘାଟ

ଯେଉଁଠି କେବଳ

ବିନା ଅନଳରେ

ଜୀବନଟା ଛଟପଟ ।

ହୃଦୟରେ ଲେଖି ସେହି ଦୃଶ୍ୟାବଳୀ

ସାଇତି ରଖିଛି ମୋହେ

ଭିନ୍ନ ଏକ ରାଜ୍ୟେ

ଦେଖା ହେଉ ମିତ

ଜନସ୍ରୋତେ କେବେ ନୁହେଁ ।


Rate this content
Log in

Similar oriya poem from Romance