STORYMIRROR

MADHU MITA

Tragedy Inspirational

4  

MADHU MITA

Tragedy Inspirational

ଶେଷ ସ୍ପର୍ଶ

ଶେଷ ସ୍ପର୍ଶ

1 min
20

ଶେଷ ସ୍ପର୍ଶ..

ନା..

ମୁଁ ତୋତେ ଏପରି ତ ଲୁଚି ଯିବାକୁ ଦେବିନି..

ତୁ..

ମୋର ଅନ୍ତରାତ୍ମା..ତୋତେ କେବେ ଏକା କରିବିନି..

ମୁଁ..

ଯେତେବେଳେ ନିରାଶ ହୁଏ..ତୁ ଆସୁ..ବିନା ସର୍ତ୍ତରେ..

ହଁ..

ଆଉ ମୋତେ ହାଲକା କରି ଯାଉ.. ତା ବି ବିନା ଦ୍ବନ୍ଦରେ...


ତେଣୁ..

ତୁ ମୋ ନିଜର..ଆପଣାର..ଯାହାକୁ ମୁଁ ଏତେ ଭଲପାଏ..

ଆଉ..

ଭଲ ପାଇଛି ବୋଲି..ତୋ ଚାଲିଯିବା କୁ ନେଇ ଏତେ ଭାବି ଥାଏ..

ଜାଣୁ..

କେହି ନ ଥିଲେ ବି ଦୁଃଖ ନାହିଁ..ତୁ ଅଛୁ ମୋ ସାଙ୍ଗରେ..

ତେବେ..

କହ ଆଜି କାହିଁକି ଏକା କରି ଯିବୁ କହୁଛୁ..ମୋତେ ଏ ଦୁନିଆରେ..!!??


ହସିଲା..ହସି ହସି କହିଲା..

କହିଲା..କହି କହି ହସିଲା..


ତୋ ..

ଦୁଃଖର ପ୍ରତୀକ ମୁଁ..ସୁଖ ର ବାର୍ତ୍ତାବହକ..

ତୋ ..

ଅନ୍ତରବେଦନାର..ମୁଁ ହିଁ ତ ଏକମାତ୍ର ସନ୍ତକ..


ଆଜି..

ସୁଖ ଆସିଛି ତୋ ଦ୍ବାର କୁ..ହସି ତୁ ସ୍ବାଗତ କର..

ମୋତେ..

ବିଦାୟ ଦେ..ଏଥର ମୋତେ ତୁ କରିଦେ ପର..

ସୁଖ..

ଆସିଲା ପରେ..ଆଉ କାମ ନାହିଁ ଲୁହର..

ଏଣୁ..

ଯିବାକୁ ହେବ..ତୋ ପାଇଁ ମୋତେ..ତୋ ଠୁ ବହୁ ଦୂର..


ଆ..

ଥରେ ଚୁମି ଦେଇ ଯିବି..ରକ୍ତିମ ଅଧର ତୋର..

ମୁଁ..

ବୋହିଗଲେ ଯେ..କରି ଦିଏ ..ମୋତେ ତାର ଆପଣାର...

ତୋ..

ଆଖିରୁ ବାହାରି..ଓଠରେ ମିଶି ....ତୋ ହୃଦୟରେ ରହିବି..

ମୁଁ..

ତୋରି ହସ ହୋଇ..ପୁଣି ତୋ ଆଖିରେ ଚମକି ଉଠିବି...



Rate this content
Log in

Similar oriya poem from Tragedy