କବିତା - ଶେଷ ଶ୍ରାବଣ ଓ ତୁମେ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୮-୨୦୨୫
(
ବର୍ଷାଭିଜା ଶେଷ ଶ୍ରାବଣ
ତୁମମୟ ଜୀବନ ଦ୍ରବଣ
ଦୁହେଁ ଲାଗ ଏକାପରି
ମିଶ୍ରିତ ମିଶ୍ରଣ
ଚର୍ବିତ ଚର୍ବଣ
ଟଙ୍କାର ଦୁଇପାଖ ସରି
ସମାନ ଦୋଷଗୁଣରେ ପରିପୂର୍ଣ୍ଣ ପ୍ରସ୍ରବଣ
ବାଦଲ ରାଗିଲେ ଗର୍ଜିଲେ
ବର୍ଷା ବର୍ଷିଲା ଢ଼ାଳିଲା
ମନ ଭଲ ତ
କୁଣ୍ଡାଝଡ଼ା ଟୁପୁର୍ ଟାପୁର୍
ମନ ଖରାପ ତ
ପଡପଡ଼ ବରକୋଳିଆ
ଫୁଟୁର୍ ଫାଟୁର୍
ରାଗ ସବାର ତ
ପାଣିରେ ବୁଡିଲା ରାସ୍ତାଘାଟ
ବାଡି ଗଡିଆ ପୁରୁଣା ଘାଟ
ଚାରି ଆଡ଼େ ପଚର୍ ପାଚର୍
ଅନ୍ୟଥା ତୁମେ ରାଗିଲେ ରୂଷିଲେ
ତର୍କରେ ବାରିହୁଏ ଫର୍କ
ମନ ଭଲ ତ
ନୀରବ ମୌନାବତୀର ଗରଗର ବାଗ
ମନ ଖରାପ ତ
ବକ୍ରବାକ୍ୟରେ ଗର୍ଜନ ଘଡଘଡି ରାଗ
ରାଗ ସବାର ତ
ପୁଅ ଝିଅ ଉପରେ ବିନା କାରଣରେ ହେଣ୍ଟାଳ
ପାଗ
କେବେ ଗାଳି ମାଡ଼ ବି ଦିଆହୁଏ ଅସମ୍ଭାଳ
ଦାଗ
ବିରି ମାଡ଼ରେ କୋଳଥ ଚେପା
ଭାସି ଯିବେ ସବୁ ସୁଅ ମୁଁହରେ ଶୁଖିଲା ପତର ପରିକା
ଶ୍ରାବଣ ବର୍ଷାରେ ଭିଜାଏ ସିନା
ତୁମେ କିନ୍ତୁ କଥାରେ ବାର୍ତ୍ତାରେ
ଅଳପ ଆଳାପରେ ଭିଜେଇ ଦିଅ
ଶ୍ରାବଣ ପାଣି ସୁଅରେ ଉସେଇ ନିଏ ସିନା
ତୁମେ କିନ୍ତୁ ଅଳପ ହସରେ
ମହୁବୋଳା ମୁରୁକି ଇଷାରାରେ
ରସେଇ ରଙ୍ଗେଇ ଉସେଇ ନିଅ
ତୁମେ ମୋ ଶ୍ରାବଣୀ ନାୟିକା
ଗେଲରେ ଡାକିଦେଲେ
ତୁମେ ବି ରାଗିଯାଅ ମିଛିମିରିକା
ପୁଣି ପର ମୁହୁର୍ତ୍ତରେ ଦେହରେ ଲଦିହୁଅ
ନିର୍ମୁଳି ଲତା ପରି ଗୋଡେଇ ଯାଅ
ବାହୁ ଆଲିଙ୍ଗନରେ ଭିଜେଇ ଦିଅ ସତସତିକା