ଶେଷ ଫଗୁଣର ଚିଠ
ଶେଷ ଫଗୁଣର ଚିଠ
ଶେଷ ଫଗୁଣର ପତ୍ରରେ ବାସନ୍ତୀ,
ଲେଖିଛି ପ୍ରୀତିର ଚିଠି
ଭାବନାରେ ସିଏ ବନ୍ଧା ପଡିଯାଇ
ଲେଖିତ ପାରିନି ଇତି ।
ପଲ୍ଲବିତ ତରୁ ଶାଖାରେ କୋଇଲି
ଗାଉଛି ପଞ୍ଚମ ସୁରେ
ବିରହ ମନଟା ଚହଲି ଉଠୁଛି
ଥାଇ ପ୍ରିୟ ଠାରୁ ଦୂରେ
ଜହ୍ନ ଆଲୁଅରେ ହସୁଛି ମୁ ଭିଜି
ପ୍ରିୟ ବିନା ବିତେ ରାତି ।
ମନ ଅଗଣାରେ କିଏ ଧୀରେ ଧୀରେ
ଡାକି ଦେଇ ଯାଏ ଛପି
ଚମକି ଚାହୁଛି ପ୍ରିୟତ୍ତମ କେବେ
ମୋ ଗଣ୍ଡେ ଚୁମ୍ବନ ଆଙ୍କି
କୋଳେଇ ନେଇ ମୋ ମନ ଅବୁଝା ମନକୁ
ବୁକେ ମଥା ଦେବି ଥାପି ।